ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଇସ୍‌ଲାମାବାଦ​‌ରେ ନୃଶଂସ କାଣ୍ଡ: ପ୍ରେମିକଙ୍କ ସହ ବିବାହ ପାଇଁ ଅରାଜି ହେବାରୁ ପରିବାରର ୧୩ ଜଣଙ୍କୁ ହତ୍ୟା କଲେ ଯୁବତୀ

Published By : Prameya | October 8, 2024 12:29 PM

ଇସ୍‌ଲାମାବାଦ,୦୮/୧୦: ପ୍ରେମିକଙ୍କ ସହ ବିବାହ  କରାଇବା ଲାଗି ଘର ଲୋକ ରାଜି ନ ହେବାରୁ ନାରକୀୟ  କାଣ୍ଡ ଘଟାଇଛନ୍ତି ପାକିସ୍ତାନର ଜଣେ ଯୁବତୀ । ସିନ୍ଧ ପ୍ରଦେଶର ଯୁବତୀ ଜଣକ ନିଜ ବାପାମା’ଙ୍କ ସହ ପରିବାରର ୧୩ ଜଣଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଛନ୍ତି । ଘଟଣା  ଅଗଷ୍ଟ ୧୯ର ହୋଇଥିବାବେଳେ ରବିବାର ତାଙ୍କୁ ଗିରଫ  କରାଯାଇଛି । ନିଜ ପ୍ରେମିକ ସହ ମିଶି ସେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ବିଷମିଶ୍ରିତ ଖାଦ୍ୟ ଖାଇବା ପରେ  ପରିବାର ଲୋକେ ଅସୁସ୍ଥ ହୋଇପଡ଼ିଥିଲେ । ହସ୍ପିଟାଲରେ  ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶବ  ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିଥିଲା ।  

ପୁଲିସ କହିଛି, ଯୁବତୀ ଜଣକ ତାଙ୍କ ଘର ଲୋକଙ୍କୁ ବିବାହ  ପାଇଁ ମନାଇବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ପରିବାର  ଲୋକେ ଏଥିରେ ରାଜି ହୋଇ ନ ଥିଲେ । ରାଗରେ ଯୁବତୀ  ଜଣକ ଅଟାରେ ବିଷ ମିଶାଇ ରୁଟି ବନାଇଥିଲେ ଏବଂ  ସଭିଁଙ୍କୁ ଖାଇବାକୁ ଦେଇଥିଲେ ବୋଲି ସ୍ୱୀକାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.