ନୂଆଦିଲ୍ଲୀ,୧୩/୦୪:ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର୍- ଟ୍ରେଲର ମହାଁମୁହିଁ ଧକ୍କା। ଫଳରେ ଚାଲିଗଲା ୫ ଜଣଙ୍କ ଜୀବନ । ତେବେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଘଟଣାଟି ରାଜଧାନୀର ଜାମୱାରାମଗଡ଼ ଅଞ୍ଚଳର ମନୋହରପୁର ଦୌସା ଜାତୀୟ ରାଜପଥ ୧୪୮ରେ ଘଟିଛି। ଯେଉଁଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଏହି ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହା ମଧ୍ୟ ପଢନ୍ତୁ- 'ମୋ ଜରିଆରେ ଫେମ୍ ଚାହୁଁଥିବା ଓକିଲ ଲୋଡ଼ା ନାହିଁ'; କାହିଁକି ଏମିତି କହିଲା ତହବୁର
ତେବେ କାରରେ ଥିବା ସମସ୍ତ ଲୋକ ଗୋଟିଏ ପରିବାରର ଥିଲେ ଏବଂ ଖାତୁ ଶ୍ୟାମ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ବେଳେ ହଠାତ୍ ଯେତେବେଳେ ତାଙ୍କ କାର ନେକାୱାଲା ଟୋଲ୍ ପ୍ଲାଜା ନିକଟରେ ପହଞ୍ଚିଲା, ସେତେବେଳେ ଏହା ଏକ ଟ୍ରଲର ସହିତ ଧକ୍କା ହେଲା।ଯେଉଁଥିରେ କାରରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ଏବଂ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ନମ୍ବର ପ୍ଲେଟ୍ଟି ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା।