: ଦୀର୍ଘ ଦେଢ଼ ବର୍ଷ ପରେ ଇସ୍ରାଏଲ-ହମାସ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ୍ର ଅନୁମୋଦନ । ଦୁଇ ଦେଶ ମଧ୍ୟରେ ଲାଗୁ ହେବ ଯୁଦ୍ଧବିରତି । ମାନବ ଇତିହାସର ଲମ୍ବା ନରସଂହାର ଧାରା ଉପରେ ପଡ଼ିପାରେ ଶାନ୍ତିର ବିରାମ । ଗାଜା ଯୁଦ୍ଧବିରତି ଚୁକ୍ତିରେ ଇସ୍ରାଏଲ କ୍ୟାବିନେଟର ଅନୁମୋଦନ ମିଳିଛି । ରବିବାର ମୁକୁଳିବେ ୩୩ ପଣବନ୍ଦୀ । ଏହ ୩୩ ପଣିବନ୍ଦୀ ଭିତରେ ପୁରୁଷ, ମହିଳା, ଛୋଟପିଲା ଓ ଯୁଦ୍ଧରେ ଆହତ ହୋଇଥିବା ଲୋକ ରହିଛନ୍ତି । ତେବେ ଗତ ଦୁଇ ବର୍ଷ ଧରି ଏହି ଯୁଦ୍ଧ ସାରା ବିଶ୍ୱରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା । କେହି କାହାରିକୁ ଛାଡ଼ିବାକୁ ଥିଲେ ନାରାଜ । ଗୋଟିଏ ପଟେ ଇସ୍ରାଏଲ ଅନ୍ୟପଟେ ହମାସ ସଂଗଠନ । ଆମେରିକାର କୁଟନୀତି ବଳରେ ଯୁଦ୍ଧରେ ବିରତି ପଡ଼ିବ ବୋଲି କୁହାଯାଉଛି । ହମାସ କହିଛି, ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହି ଯୁଦ୍ଧବିରତି ଚୁକ୍ତି ସମ୍ଭବ ହୋଇପାରିଛି । ତେବେ ୩ଟି ପର୍ଯ୍ୟାୟରେ ଯୁଦ୍ଧ ବନ୍ଦର ଚୁକ୍ତି କରାଯିବ । ପ୍ରଥମ ଡିଲରେ ଇସ୍ରାଏଲର ବନ୍ଧକମାନଙ୍କୁ ହମାସ ମୁକ୍ତ କରିବ ବୋଲି ସର୍ତ୍ତ ରଖାଯାଇଛି ଉପରେ ରହିବ ।
କହିରଖୁ କି, ଜାନୁଆରୀ ୧୯ ତାରିଖ ଅର୍ଥାତ୍ ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଦେଶ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ଏହି ଚୁକ୍ତିକୁ ସ୍ୱାକ୍ଷର ହୋଇଛି । ୪୨ ଦିନ ଯାଏ ଏହି ଯୁଦ୍ଧବିରତି କାଏମ ରହିବ । ପରବର୍ତ୍ତୀ ସମୟରେ ସ୍ଥାୟୀ ଯୁଦ୍ଧବିରତି ନେଇ ଆଲୋଚନା ହେବ । ଉଭୟ ଦେଶର ସୀମାରେ ବଫର ଜୋନ ପ୍ରତିଷ୍ଠା ହେବ । ଗୁରୁବାର ଯୁଦ୍ଧବିରତି ଚୁକ୍ତି ପ୍ରସ୍ତାବରେ ଉପରେ ସ୍ୱାକ୍ଷର ନେଇ ପ୍ରଥମେ ସ୍ଥିର ହୋଇଥିଲା । ହେଲେ ହମାସ ନୂଆ ଦାବି ଉଠାଇ ଯୁଦ୍ଧବିରତି ପ୍ରସ୍ତାବରୁ ପଛକୁ ଓହରିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ମାତ୍ର, ବେଞ୍ଚାମିନ ନେତାନ୍ୟାହୁଙ୍କ ଅଭିଯୋଗକୁ ଖଣ୍ତନ କରିଛି ହମାସ । ସେପଟେ ଗାଜା ସିଟିର ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିବାରୁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷେ ହମାସ ସହ ହୋଇଥିବା ଯୁଦ୍ଧବିରତି ରାଜିନାମାକୁ ପ୍ରତିରକ୍ଷା ମନ୍ତ୍ରୀ ବେନ-ଗ୍ୱିର ଇତାମାର ବିରୋଧ କରିଛନ୍ତି । ସେ ହମାସ ସହ ବୁଝାମଣାକୁ ଭୁଲ୍ ବୋଲି ଦର୍ଶାଇ ନେତନ୍ୟାହୁଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଓତ୍ୟୋଜ୍ମା ୟେହୁଦିତ ପାର୍ଟି ନେତନ୍ୟାହୁଙ୍କ ଲିକୁଡ ପାର୍ଟିଠାରୁ ସମର୍ଥନ ପ୍ରତ୍ୟାହାର କରିନେବ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଚ ଅନୁସାରେ, ଆଗାମୀ ୬ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବ । ଯାହା ଦ୍ୱାରା ଯୁଦ୍ଧ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି ।