ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ନେତନ୍ୟାହୁଙ୍କ ସମ୍ନାରେ ୮ ତରଫା ଚ୍ୟାଲେଞ୍ଜ

ତେଲ୍‌ ଆଭିଭ୍‌,୦୩/୧୦: ଇସ୍ରାଏଲ୍‌ ଓ ଇରାନ୍‌ ମଧ୍ୟରେ  ପୁଣି ବିବାଦ ବୃଦ୍ଧି ପାଇଛି । ଏପ୍ରିଲ ପରେ ପୁନର୍ବାର ଇରାନ୍‌  ପକ୍ଷରୁ ଇସ୍ରାଏଲ୍‌ ଉପରେ ମିସାଇଲ୍‌ ଆକ୍ରମଣ କରାଯାଇଛି ।  ଇସ୍ରାଏଲ୍‌ ଏହି ଆକ୍ରମଣର ଭୟଙ୍କର ଜବାବ ଦେବା ନେଇ  ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କହିଛନ୍ତି । ତେବେ ବର୍ତ୍ତମାନ ଯେଉଁ ଯୁଦ୍ଧ ଚାଲିଛି, ତାହା କେବଳ ଇସ୍ରାଏଲ୍‌ ଓ  ଇରାନ୍‌ ମଧ୍ୟରେ ନୁହେଁ । ବରଂ ଇସ୍ରାଏଲ୍‌ ବର୍ତ୍ତମାନ ୮ ତରଫା  ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେଉଛି । 

ମଙ୍ଗଳବାର ରାତିରେ  ଇରାନ୍‌ ଯେଉଁ ୪୦୦ରୁ ଅଧିକ ମିସାଇଲ୍‌ ମାଡ଼ କରିଥିଲା,  ସେଥିରୁ ୯୦% ଠିକଣା ଜାଗାକୁ ଟାର୍ଗେଟ୍‌ କରିଥିବା ଦେଶ  ଦାବି କରିଛି । କିନ୍ତୁ ଇସ୍ରାଏଲ୍‌ରେ ଏହା ବଡ଼ଧରଣର କ୍ଷତି  ଘଟାଇଥିବା ଜଣାପଡ଼ୁ ନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା  ବ୍ୟବସ୍ଥା ପ୍ରାୟ ସମସ୍ତ ମିସାଇଲ୍‌କୁ ଗତିରୋଧ (ଇଣ୍ଟରସେପ୍ଟ)  କରି ଖସାଇ ଦେଇଛି । ଇରାନ୍‌ର ମିସାଇଲ୍‌ ହମ୍‌ଲାରେ ୱେଷ୍ଟ  ବ୍ୟାଙ୍କରେ ଜଣେ ପାଲେଷ୍ଟାଇନ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଇରାନ୍‌ର  ଇସ୍‌ଲାମିକ୍‌ ରିଭଲ୍ୟୁସନ ଗାର୍ଡ କର୍ପସ (ଆଇଆର୍‌ଜିସି) କହିଛି  ଯେ ଏହି ହମ୍‌ଲା ହମାସ୍‌ ମୁଖ୍ୟ ଇସ୍‌ମାଇଲ ହାନିୟେ, ହିଜ୍‌ବୁଲ୍ଲା  ମୁଖ୍ୟ ହସନ୍‌ ନସ୍‌ରଲ୍ଲାହ ଏବଂ ଆଇଆରଜିସି କମାଣ୍ଡ ଅକ୍ରାସ୍‌  ନିଲ୍‌ଫୋରୋସାନ୍‌ଙ୍କ ହତ୍ୟାର ପ୍ରତିଶୋଧରେ କରାଯାଇଛି । 

ଗାଜା ପଟି 

୧୯୮୭ରେ ଗଠିତ ହମାସ୍‌କୁ ଇସ୍ରାଏଲ୍‌ ଓ ଆମେରିକା ସମେତ  ଅନେକ ଦେଶ ଆତଙ୍କୀ ସଙ୍ଗଠନ ଘୋଷଣା କରିସାରିଛନ୍ତି ।  ଇସ୍‌ମାଇଲ୍‌ ହାନିୟେ ଏହାର ମୁଖ୍ୟ ଥିଲା । ଜୁଲାଇରେ ତାକୁ  ଇସ୍ରାଏଲ୍‌ ନିପାତ କରିଥିଲା । ୨୦୦୭ରୁ ଗାଜା ପଟିରେ ହମାସ୍‌ର  ଦବ୍‌ଦବା ରହିଥିଲା । ହମାସ୍‌କୁ ସର୍ବାଧିକ ସମର୍ଥନ ଇରାନ୍‌  ଦେଉଛି । ଇରାନ୍‌ଠାରୁ ହିଁ ହମାସ୍‌କୁ ସର୍ବାଧିକ ପାଣ୍ଠି ମିଳୁଛି ।  ହମାସ୍‌ ବ୍ୟତୀତ ଗାଜା ପଟିରେ ପାଲେଷ୍ଟାଇନ୍‌ ଇସ୍‌ଲାମିକ୍‌  ଜିହାଦ ନାମକ ସଙ୍ଗଠନ ବି ସକ୍ରିୟ ରହିଛି । ଏହା ହମାସ୍‌  ପରେ ଦ୍ୱିତୀୟ ସର୍ବବୃହତ ସଙ୍ଗଠନ । ୧୯୭୦ରେ ଗଠିତ  ଏହି ସଙ୍ଗଠନକୁ ମଧ୍ୟ ଇରାନ୍‌ ସମର୍ଥନ ଯୋଗାଇ ଦେଉଛି । 

ୱେଷ୍ଟ ବ୍ୟାଙ୍କ 

ଇସ୍ରାଏଲ୍‌ର ପୂର୍ବ ସୀମାରେ ପ୍ରତିଷ୍ଠା ହୋଇଥିବା ୱେଷ୍ଟ ବ୍ୟାଙ୍କ  ପାଲେଷ୍ଟାଇନ୍‌ର ଆଉ ଏକ ଅଂଶ। ୱେଷ୍ଟ ବ୍ୟାଙ୍କରେ ମଧ୍ୟ ହମାସ୍‌  ଓ ପାଲେଷ୍ଟାଇନ୍‌ ଇସ୍‌ଲାମିକ୍‌ ଜିହାଦ ସକ୍ରିୟ ରହିଛି । ଗାଜା  ପଟି ସହ ୱେଷ୍ଟ ବ୍ୟାଙ୍କରୁ ବର୍ତ୍ତମାନ ହମାସ୍‌ ଓ ଇସଲାମିକ୍‌  ଜିହାଦ ଇସ୍ରାଏଲ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି । 

ଲେବାନନ୍‌ 

ଏଠାରେ ଇରାନ୍‌ ସମର୍ଥିତ ଆତଙ୍କୀ ସଙ୍ଗଠନ ହିଜ୍‌ବୁଲ୍ଲା  ସକ୍ରିୟ ରହିଛି । ହମାସ୍‌କୁ ସମର୍ଥନ ଜଣାଇ ଏହା ଇସ୍ରାଏଲ୍‌  ଉପରେ ଗତବର୍ଷ ଅକ୍ଟୋବର ୮ରେ ମିସାଇଲ୍‌ ମାଡ଼ କରିଥିଲା ।  ସେବେଠାରୁ ଇସ୍ରାଏଲ୍‌ ଓ ହିଜ୍‌ବୁଲ୍ଲା ମଧ୍ୟରେ ଯୁଦ୍ଧ ଲାଗିରହିଛି ।  ବର୍ତ୍ତମାନ ଏହା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ୧୯୮୨ରେ  ଇରାନ୍‌ର ରିଭଲ୍ୟୁସନାରି ଗାର୍ଡସ ଏହି ସଙ୍ଗଠନକୁ ଗଠନ  କରିଥିଲା । ହିଜ୍‌ବୁଲ୍ଲାକୁ ବି ଆତଙ୍କୀ ସଙ୍ଗଠନ ଘୋଷଣା  କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ଇରାନ୍‌ରେ ହୋଇଥିବା  ଇସ୍‌ଲାମି କ୍ରାନ୍ତିକୁ ଅନ୍ୟ ଦେଶରେ ସମ୍ପ୍ରସାରଣ କରିବା ।  ଇସ୍ରାଏଲ୍‌ ବିରୋଧୀ ଯୁଦ୍ଧରେ ହିଜ୍‌ବୁଲ୍ଲା ବର୍ତ୍ତମାନ ହମାସ୍‌ର  ସାଥ୍‌ ଦେଇ ଆକ୍ରମଣ କରୁଛି । ୨୦୦୬ରେ ବି ହିଜ୍‌ବୁଲ୍ଲା  ଇସ୍ରାଏଲ୍‌ ସହିତ ୩୫ ଦିନ ଧରି ଲଢ଼ିଥିଲା । ଏଥିରେ ୧୫୮  ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । 

ଇରାକ୍‌ 

ଏଠାରେ ମଧ୍ୟ ଅନେକ ଚରମପନ୍ଥୀ ସଙ୍ଗଠନ ରହିଛନ୍ତି,  ଯେଉଁମାନଙ୍କୁ ଇରାନ୍‌ ସମର୍ଥନ ଯୋଗାଇ ଦେଉଛି । ଇରାକ୍‌ରେ  ପପୁଲାର୍‌ ମୋବିଲାଇଜେସନ ଫୋର୍ସେସ୍‌ ନାମକ ସଙ୍ଗଠନ  ରହିଛି । ଏହା ପାଖରେ ୨ ଲକ୍ଷରୁ ଅଧିକ ଯୋଦ୍ଧା ରହିଛନ୍ତି ।  ବଦ୍ର ସଙ୍ଗଠନକୁ ଇରାନ୍‌-ଇରାକ୍‌ ଯୁଦ୍ଧ ବେଳେ ଇରାନୀ ଗୁଇନ୍ଦା  ଏଜେନ୍ସି ବନାଇଥିଲା । ଏହାବ୍ୟତୀତ ଇରାକ୍‌ରେ ଅସୈବ ଅହଲ  ଅଲ୍‌-ହକ୍‌ ନାମରେ ମଧ୍ୟ ଏକ ସଙ୍ଗଠନ ରହିଛି । ଏହା ପାଖରେ  ୧୫ ହଜାରରୁ ୩୦ ହଜାର ଯୋଦ୍ଧା ରହିଥିବା କୁହାଯାଏ । 

ସିରିୟା 

ସିରିୟାରେ ଫାତେମିଓଁ ବ୍ରିଗେଡ୍‌ ରହିଛି, ଯାହା ଇରାନ୍‌ରେ  ଆଫଗାନୀ ଶରଣାର୍ଥୀଙ୍କର ଏକ ସଙ୍ଗଠନ । ଏହାକୁ ସିରିୟା  ସରକାର ବିରୋଧରେ ବନାଯାଇଥିଲା । ସିରିୟାରେ ଲଢ଼ିବା  ପାଇଁ ଶିୟା ପାକିସ୍ତାନୀମାନେ ଜୈନବିଓଁ ବ୍ରିଗେଡ୍‌ ନାମରେ  ସଙ୍ଗଠନ ବନାଇଥିଲେ । ଏହାଛଡ଼ା ଏକ କୁୱତ ଅଲ୍‌-ରିଧା  ନାମକ ସଙ୍ଗଠନ ବି ରହିଛି, ଯାହାର ଯୋଦ୍ଧାମାନଙ୍କୁ ହିଜ୍‌ବୁଲ୍ଲା  ତାଲିମ ଦେଇଥାଏ । ଏହାଛଡ଼ା ବକୀର ବ୍ରିଗେଡ୍‌ ବି ରହିଛି ଏବଂ  ଏହାକୁ ଆଇଆର୍‌ଜିସି ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛି । ଏହା  ପାଖରେ ହଜାର ହଜାର ଯୋଦ୍ଧା ରହିଛନ୍ତି । 

ୟେମେନ୍‌ 

ଇସ୍ରାଏଲ୍‌ ଉପରେ ୟେମେନ ପଟୁ ବି ବିପଦ ରହିଛି । ଏଠାକାର  ହୁତି ବିଦ୍ରୋହୀମାନେ ହମାସ୍‌କୁ ସମର୍ଥନ କରି ଇସ୍ରାଏଲ୍‌  ଉପରେ ଆକ୍ରମଣ କରୁଛନ୍ତି । ଏମାନେ ଆମେରିକା ବିରୋଧରେ  ବି ଲଢ଼ୁଛନ୍ତି । ୯୦ ଦଶକରେ ହୁସେନ୍‌ ଅଲ୍‌-ହୁତି ଏହି  ସଙ୍ଗଠନକୁ ନିର୍ମାଣ କରିଥିଲା । ୟେମେନ୍‌ର ବିଦ୍ରୋହୀମାନଙ୍କୁ  ଇରାନ୍‌ର ସମର୍ଥନ ମିଳୁଛି । ହୁତି ବିଦ୍ରୋହୀମାନେ ୟେମେନ୍‌ରେ  ରାଜନୈତିକ ରୂପରେ ମଜଭୁତ ରହିଛନ୍ତି । ହୁତି ପାଖରେ ୩୦  ହଜାରରୁ ଅଧିକ ସଦସ୍ୟ ରହିଛନ୍ତି । 

ବାହାରିନ୍‌ 

ଏଠାରେ ଅଲ୍‌-ଅସ୍ତାର ବ୍ରିଗେଡ ନାମକ ସଙ୍ଗଠନ ସକ୍ରିୟ  ରହିଛି । ଇରାନ୍‌ର ସହାୟତାରେ ଏହି ସଙ୍ଗଠନ ବାହାରିନ୍‌  ସରକାରଙ୍କ ବିରୋଧରେ ଗଠନ କରାଯାଇଥିଲା । ୨୦୧୩ରେ  ଏହା ସଙ୍ଗଠନ ଭାବେ ଗଢ଼ିଉଠିଥିଲା । ଏହାକୁ ଇରାନ୍‌ କେବଳ  ପାଣ୍ଠି ଯୋଗାଉ ନାହିଁ, ବରଂ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ବି ଯୋଗାଇ  ଦିଆଯାଉଛି । ହିଜ୍‌ବୁଲ୍ଲା ମଧ୍ୟ ଏହାକୁ ସମର୍ଥନ କରୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.