ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଲେବାନନ୍ ଉପରେ ଇସ୍ରାଏଲର ପୁଣି ଆକ୍ରମଣ, ହିଜବୁଲାର ୫୦ ଆତଙ୍କୀ ନିହତ

Published By : Prameya | October 13, 2024 3:14 PM

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲ ପକ୍ଷରୁ ଲେବାନନ୍‌ରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବିରୋଧରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲର ପ୍ରତିରକ୍ଷା ବାହନୀ(ଆଇଡିଏଫ୍) କହିଛି ସେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଲେବାନନ୍‌ରେ ମୁହାଁମୁହିଁ ଲଢେଇରେ ହିଜବୁଲ୍ଲାର ୫୦ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଓ ବାୟୁସେନାକୁ ଆକ୍ରମଣକୁ ନର୍ଦେଶ ଦେଇଛି। ଆଇଡିଏଫ୍ କହିଛି ସେ ଉତ୍ତର ଇସ୍ରାଏଲ ଓ ସେନା ବଳକୁ ଟାର୍ଗେଟ କରି ସୁଡଙ୍ଗ, ବହୁ ହତିଆର ଭଣ୍ଡାର, ରକେଟ ଲଞ୍ଚର, ମୋର୍ଟାର ବମ୍‌ ଓ ଆଣ୍ଟି ଟ୍ୟାଙ୍କ ମିସାଇଲ ସହ ୨୦୦ ରୁ ଅଧିକ ହିଜବୁଲ୍ଲାର ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲୀ ବାୟୁସେନା ସିରିଆ-ଲେବାନନ୍‌ ସୀମାରେ ଟାର୍ଗେଟ କରିଛି।

ଇସ୍ରାଏଲ ଆକ୍ରମଣରେ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।ଏତେ ସବୁ କ୍ଷତି ପରେ ହିଜବୁଲ୍ଲା ଏବେ ବି ଇସ୍ରାଏଲର ସୈନିକଙ୍କ ସହ ଲଢୁଛି। ସୀମାରେ ରହି ରକେଟ ମାଡ କରୁଛି। ଅନ୍ୟପକ୍ଷେ ହିଜବୁଲା ମଧ୍ୟ ଏହି ଆକ୍ରମଣ ପରେ ଇସ୍ରାଏଲକୁ ଧମକ ଦେଇଛି। ହିଜବୁଲା କହିଛି ଯେ, ସେ ପର୍ଯ୍ୟନ୍ତ ଉତ୍ତର ଇସ୍ରାଏଲ ଭଲ ରହିବ ଯେ ପର୍ଯ୍ୟନ୍ତ ଗାଜା ପଟି ଓ ଲେବାନନ୍ ବିରୋଧରେ ଯୁଦ୍ଧ ବନ୍ଧ ନକରିଛି। ଯଦି ବନ୍ଦ ନହୁଏ ତେବେ ଇସ୍ରାଏଲ ଭୟଙ୍କର ପରିଣାମ ଭୋଗିବ।

ଏହା ମଧ୍ୟରେ ଇସ୍ରାଏଲୀ ସେନା ଗାଜାରେ ନିଜର ଅଭିଯାନ ଜାରି ରଖିଛି। ସେଠାରେ ମଧ୍ୟ ହମାସର ବହୁ ଆଡ୍ଡାକୁ ଟାର୍ଗେଟ କରି ନଷ୍ଟ କରିଛି। ଟ୍ୟାଙ୍କ ଫାୟାର, ସର୍ଟ ରେଞ୍ଜ ଫାୟର ବାୟୁସେନାର ଆକ୍ରମଣ ମାଧ୍ୟମରେ ବହୁ ଆତଙ୍କବାଦୀଙ୍କୁ ମାରିଛି। ଅନ୍ୟପକ୍ଷେ ହିଜବୁଲା ଘୋଷଣା କରିଛି ଯେ, ସେ ଉତ୍ତର ଇସ୍ରାଏଲର ସେହି ଆବାସିକ ଭବନ ଓ ଆଡ୍ଡାକୁ ଟାର୍ଗେଟ କରିବ, ଯାହାର ଉପଯୋଗ ଇସ୍ରାଏଲ ସେନା କରୁଥିଲା ଓ ନାଗରିକଙ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଏହି ବିଲ୍ଡିଂଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.