ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଇସ୍ରାଏଲ ସ୍ଥିର କରି ସାରିଛି ଟାର୍ଗେଟ୍ ପଏଣ୍ଟ , ଏହି ସବୁ ସ୍ଥାନ ଉପରେ କରିବ ହମଲା

Published By : Prameya | October 6, 2024 8:29 PM

ନୂଆଦିଲ୍ଲୀ – ଗତ ୧ଅକ୍ଟୋବରରେ ଥରି ଉଠି ଥିଲା ଇସ୍ରାଏଲର ମାଟି। ଇସ୍ରାଏଲୀୟ ମାଟିରେ ପୂରା ଘଣ୍ଟାଏ ଧରି  ଇରାନ ୨୦୦ ମିସାଇଲ ମାଡ଼ କରି ଥିଲା । ଇରାନର ହମଲାରେ ପୂରା ଇସ୍ରାଏଲରେ ବାଜିଥିଲା ସାଇରନ। ଯଦିଓ ଏଥିରେ ଅଧିକ କ୍ଷତି ହୋଇ ନଥିଲା, ହେଲେ ଇରାନର ହମଲା ପୂରା ଇସ୍ରାଏଲକୁ ଥରାଇ ଦେଇଥିଲା। ଇସ୍ରାଏଲ ଏବେ ଇରାନୀ ହମଲାକୁ ଆତ୍ମ ସମ୍ମାନର ସହ ଲଢେଇ ମନେକରିଛି। ଇସ୍ରାଏଲ ହମଲାର ତୁରନ୍ତ ପରେ ଜବାବ ଦେବା କଥା କହିଛି। ଇସ୍ରାଏଲୀୟ ସେନା କହିଛି କି, ସେ ଇରାନରେ ହମଲା କେଉଁ କେଉଁ ସ୍ଥାନରେ କରିବାକୁ ଯାଉଛି, ଏହା ସ୍ଥିର କରି ସାରିଛି, ଖୁବ୍‌ ଶୀଘ୍ର ସେହି ସମୟ ମଧ୍ୟ ଆସିବ। ଆସନ୍ତାକାଲି ୭ ଅକ୍ଟୋବର ହମାସ ହମଲାର ବର୍ଷପୂର୍ତ୍ତି ।

ସୂତ୍ରାନୁସାରେ , ଇସ୍ରାଏଲ ଏବେ ଇରାନକୁ ବାଲିଷ୍ଟିକ୍‌ ମିସାଇଲ ହମଲାର ଜବାବ ଦେବାକୁ ପ୍ରସ୍ତୁତି କରୁଛି। ଚ୍ୟାନେଲ ୧୨ ସୂତ୍ରାନୁସାରେ କହିଛି ଯେ,  ଇସ୍ରାଏଲ ଇରାନ ଉପରେ ହମଲାର ସ୍ଥାନ ସ୍ଥିର କରି ଦେଇଛି। ଏଥିରେ ମୁଖ୍ୟତଃ ସୁପ୍ରିମ୍ ଲିଡର ଆୟାତୁଲ୍ଲା ଅଲୀ ଖାମେନେଇର ଘର , ତୈଳ କୂପ ଓ ରାଷ୍ଟ୍ରପତି ନିବାସ ସମେତ ଅନେକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇପାରେ। 

 ଇରାନରେ କାଉଣ୍ଟର ଆଟାକ୍‌ର ପ୍ରସ୍ତୁତି କରୁଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ, ଗତ ସପ୍ତାହରେ ଇରାନ ଦ୍ୱାରା କରାଯାଇ ଥିବା ବାଲିଷ୍ଟିକ୍‌ ମିସାଇଲ ହମଲାର ଆମର ବାୟୁ ସେନା ଓ ଅସ୍ତ୍ରଶସ୍ତ୍ର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ସେ କହିଛନ୍ତି କି, ଇସ୍ରାଏଲୀୟ ବାୟୁ ସେନା ଏବେ ବି ଶତ୍ରୁକୁ ଉଚିତ୍‌ ଜବାବ ଦେବାରେ ସକ୍ଷମ। ସେ କହିଛନ୍ତି, ଇରାନୀ ହମଲାରେ ଇସ୍ରାଏଲକୁ ସାମାନ୍ୟ କ୍ଷତି ହୋଇଛି। ଗାଲେଣ୍ଟ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ , ଇସ୍ରାଏଲ ନିଜର ବିରୋଧୀଙ୍କୁ ଭୟ କରିବା ଲୋକଙ୍କ ମଧ୍ୟରେ ନାହିଁ। ସେ ପ୍ରତି ଜବାବ ଦେବାରେ ସକ୍ଷମ। ସେ ସଙ୍କେତ ଦେଇଛି କି ଇସ୍ରାଏଲ ଖୁବ୍‌ ଶୀଘ୍ର ଇରାନକୁ ମିସାଇଲ ହମଲାର ଜବାବ ଦେବ। 

ସୂତ୍ରର କହିବାନୁସାରେ , ଇସ୍ରାଏଲୀୟ ସେନା ଇରାନୀ ତୈଳ ପ୍ଲାଣ୍ଟ , ରାଷ୍ଟ୍ରପତି ପରିସର , ଇରାନୀ ସର୍ବୋଚ୍ଚ ନେତା ଖାମେନେଇର ଘର ଓ ରିଭୋଲ୍ୟୁସନରୀ ଗାର୍ଡର ମୁଖ୍ୟାଳୟକୁ ଟାର୍ଗେଟ୍‌ କରିବାକୁ ବିଚାର କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.