ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଲେବନାନରେ ହିଜବୁଲ୍ଲାହର ଭିତ୍ତିଭୂମୀ ଉପରେ ଇସ୍ରାଏଲର ତୁହାକୁ ତୁହା ଆକ୍ରମଣ; ସେପଟେ ଭୟଭିତ ଇସ୍ରାଏଲରେ ଫସିଥିବା ଭାରତୀୟ

Image source: NBT

ନୂଆଦିଲ୍ଲୀ,୦୩/୧୦: ଇରାନର ମିସାଇଲ ମାଡ଼ ପରେ ଉତ୍ୟକ୍ତ ଇସ୍ରାଏଲ୍ ଲେବାନନରେ ହିଜବୁଲ୍ଲାହର ଭିିତ୍ତିଭୁମୀ ଉପରକୁ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ପୁଣି ଥରେ ଅନେକ ସ୍ଥାନକୁ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ବିଲ୍ଡିଂ ଧ୍ବଂସ ହୋଇଯାଇଥିବା ବେଳେ ଅନେକ ବିଲ୍ଡିଂରୁ  ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ଜାତୀୟ ଗଣମାଧ୍ୟମରେ ଦେଖାଯାଇଥିବା ସେଠାକାର ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ, ଇସ୍ରାଏଲର ସୈନିକମାନେ ଲେବାନନର ଦକ୍ଷିଣ ସୀମାରେ ୪୦୦ ମିଟର ପର୍ଯ୍ୟନ୍ତ ପ୍ରବେଶ କରିଛନ୍ତି। ଇସ୍ରାଏଲ କହିଛି ଯେ ହିଜବୁଲ୍ଲାହ ଟାର୍ଗେଟକୁ ଧ୍ୱଂସ କରିବା ପାଇଁ ସେମାନେ ଗ୍ରାଉଣ୍ଡ ରେଡ୍ କରୁଛନ୍ତି। ବିପଦକୁ ଦୃଷ୍ଟିରେ ରଖି ଲେବାନନ୍ ସୀମାଠାରୁ ୨୫ କିଲୋମିଟର ଦୂରତା ମଧ୍ୟରେ ଥିବା ଗାଁଗୁଡିକୁ ସ୍ଥାନାନ୍ତର କରିଛି। ସାଧାରଣ ଲୋକ ଏହି ଗାଁ'ରେ ରୁହନ୍ତି ନାହିଁ। କେବଳ ସେନା କିମ୍ବା ହିଜବୁଲ୍ଲାହ ଆତଙ୍କବାଦୀଙ୍କ ସହ ଜଡ଼ିତ ଲୋକମାନେ ଏଠାରେ ରହିଛନ୍ତି।

ଇସ୍ରାଏଲର ଆକ୍ରମଣ ପରେ ସମଗ୍ର କୋଠାଟି କିପରି ଭୁଶୁଡି ପଡିଛି ତାହା ଜାତୀୟ ଗଣମାଧ୍ୟମରେ ପ୍ରକାଶିିତ ଖବରରୁ ସ୍ପଷ୍ଟ ଜଣାପଡ଼ୁଛି। ସାଥିରେ କୁହାଯାଇଛି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏବଂ ବୁଧବାର ସକାଳେ ଲେବାନାନର ହିଜବୁଲ୍ଲାହ ଗଡ଼ ଦାହିଦ ଉପରେ ଇସ୍ରାଏଲ ସର୍ବାଧିକ ଏୟାର ଷ୍ଟ୍ରାଇକ କରିଛି। ତେବେ ଏହି ଏୟାର ଷ୍ଟ୍ରାଇକରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ।

ତେଲ ଅଭିବ ଏବଂ ଅନ୍ୟ ସହର ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଇସ୍ରାଏଲର ଅନେକ ଭାରତୀୟ ଶ୍ରମିକ ଏବଂ ଛାତ୍ରଙ୍କୁ ବହୁତ ଚିନ୍ତାରେ ପକାଇଛି। ଯଦିଓ ସେମାନେ ବର୍ତ୍ତମାନ ପାଇଁ ସୁରକ୍ଷିତ, ତଥାପି ସେମାନଙ୍କର ଡର ବଢ଼ିବାରେ ଲାଗିଛି କାରଣ ଉତ୍ତେଜନା ଆହୁରି ବଢ଼ିପାରେ। କ୍ଷେପଣାସ୍ତ୍ର ବର୍ଷା ହେବାପରେ ଭୟଭୀତ ଭାରତୀୟ ଛାତ୍ରମାନେ ବାହାରକୁ ବାହାରିବାକୁ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.