ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଇରାନୀ ହମ୍‌ଲାରେ କଠୋର ହେଲା ଇସ୍ରାଏଲ୍‌, ଲେବାନନ୍‌ରେ ଫସ୍‌ଫରସ୍‌ ବୋମା ମାଡ଼

ବିରୁଟ୍‌,: ଇରାନ୍‌ର ମିସାଇଲ୍‌  ମାଡ଼ ପରେ ଇସ୍ରାଏଲ୍‌ ଅତି କଠୋର ନୀତି  ଆପଣାଇଛି । ସେହି ରାଗରେ ଏହା ଲେବାନନ୍‌  ଉପରେ ଏବେ ଫସ୍‌ଫରସ୍‌ ବୋମା ମାଡ଼ କରୁଛି ।  ସଦ୍ୟ ଘଟଣାରେ କେନ୍ଦ୍ରୀୟ ବିରୁଟ୍‌ରେ ଏକ  ଆବାସିକ ଅଟ୍ଟାଳିକା ଉପରେ ଏହା ଫସ୍‌ଫରସ୍‌  ବୋମା ମାଡ଼ କରିଥିବା ଲେବାନନ୍‌ ପକ୍ଷରୁ  ଅଭିଯୋଗ କରାଯାଇଛି । ବିରୁଟ୍‌ବାସୀଙ୍କ  କହିବାନୁସାରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌  ପରେ ସଲ୍‌ଫର ଭଳି ଗନ୍ଧ ବାହାରୁଛି । ଉତ୍କଟ  ଗନ୍ଧରେ ରହିବା ମୁସ୍କିଲ ହୋଇପଡ଼ୁଛି ।  ଲୋକମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଆରମ୍ଭ କରିଛି ।  ପୂର୍ବରୁ ଦକ୍ଷିଣ ଲେବାନନ୍‌ରେ ମାଡ଼ ହୋଇଥିବା  ବୋମାରେ ଇସ୍ରାଏଲ୍‌ ଧଳା ଫସ୍‌ଫରସ୍‌  ବ୍ୟବହାର କରିଥିବା ନେଇ ମାନବାଧିକାର  ସଙ୍ଗଠନଗୁଡ଼ିକ ଅଭିଯୋଗ କରିଥିଲେ ।

ହ୍ୱାଇଟ୍‌ ଫସ୍‌ଫରସ୍‌ କ’ଣ? 

ହ୍ୱାଇଟ୍‌ ଫସ୍‌ଫରସ୍‌ ହେଉଛି ଏକ ବିଷାକ୍ତ  ପଦାର୍ଥ, ଯାହା ତାପମାତ୍ରାକୁ ଅଚାନକ ୮୦୦  ଡିଗ୍ରୀ ସେଲ୍‌ସିୟସ୍‌ (ପ୍ରାୟ ୧୫୦୦ ଡିଗ୍ରୀ ଫାରେନହିଟ) ପର୍ଯ୍ୟନ୍ତ ବଢ଼ାଇଦେବ । ଏହା  ଯେଉଁ ସ୍ଥାନରେ ପଡ଼ିବ, ସେଠାରେ ଧାତୁ ବି  ତରଳିଯିବ । ଏହା ସାଧାରଣତଃ ରଙ୍ଗହୀନ  ବା ଧଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ ।  ଏଥିରୁ ରସୁଣ ଭଳି ଗନ୍ଧ ବାହାରିଥାଏ । ଥରେ  ଏହା ଜଳିଲେ, ଏହାକୁ ଲିଭାଇବା କଷ୍ଟକର ହୋଇପଡ଼େ । ଆର୍ଟିଲେରି ସେଲ୍‌, ବୋମା,  ରକେଟ୍‌ ଓ ଗ୍ରେନେଡ୍‌ ଜରିଆରେ ଏହି  ହ୍ୱାଇଟ୍‌ ଫସ୍‌ଫରସ୍‌ ମାଡ଼ କରାଯାଇ ପାରିବ ।  ଏହା ମାଡ଼ ହେବା କ୍ଷଣି ଦ୍ରୁତ ବେଗରେ  ନିଆଁ ବ୍ୟାପିବା ସହ ବହଳିଆ ଧୂଆଁ ସୃଷ୍ଟି  ହୋଇଥାଏ, ଯାହା ୭ ମିନିଟ୍‌ ପର୍ଯ୍ୟନ୍ତ ରହେ । 

ମଣିଷ ଉପରେଏହାର ପ୍ରଭାବ କ’ଣ?

ହ୍ୱାଇଟ୍‌ ଫସ୍‌ଫରସ୍‌ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ । ଶରୀରକୁ ଏହାଦ୍ୱାରା ରାସାୟନିକ ପଦାର୍ଥ ଯିବା ଫଳରେ ଲିଭର, କିଡ୍‌ନି ଓ ହାର୍ଟ  ଭଳି ଆଭ୍ୟନ୍ତରୀଣ ଅଙ୍ଗ କାମ କରିବା ବନ୍ଦ  କରିଦିଏ । ଏହାକୁ ଆଘ୍ରାଣ କରିବା ଦ୍ୱାରା  କାଶ, ମୁଣ୍ଡବିନ୍ଧା ଭଳି ସମସ୍ୟା ଉପୁଜେ ।  ଶ୍ୱାସକ୍ରିୟ ଜନିତ ରୋଗ ବଢ଼ିବା ସହ  ଫୁସ୍‌ଫୁସ୍‌ ଉପରେ କୁପ୍ରଭାବ ପଡ଼ିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.