ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ବିବାହ କରିବାକୁ ଯାଉଛନ୍ତି ସାନିଆ ମିର୍ଜା ଓ ମହମ୍ମଦ ଶାମୀ ? ଉଭୟ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ – ଭାରତୀୟ ଷ୍ଟାର ଟେନିସ୍‌ ଖେଳାଳି ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକ୍‌ଙ୍କୁ ବିବାହ କରି ଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। ସାନିଆ ଓ ସୋଏବଙ୍କ ମଧ୍ୟରେ ବ୍ୟବଧ୍ୟାନର ଖବର ଆସିବାରେ ଲାଗି ଥିଲା। ସୋଏବ ମଲିକ ଯେବେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କ ସହ ନିଜ ସଂପର୍କକୁ ନେଇ ମୋହର ଲଗାଇ ଦେଲେ, ଏହାପରେ ସାନିଆ ମିର୍ଜାଙ୍କ ପରିବାର ପକ୍ଷରୁ ଉଭୟଙ୍କ ତଲାକ୍‌କୁ ନେଇ ଏକ ମିଳିତ ବୟାନ ବି ଆସିଛି। ସାନିଆ ଓ ସୋଏବ ଅପ୍ରେଲ ୨୦୧୦ରେ ବିବାହ କରିଥିଲେ। ଅନ୍ୟପଟେ ଟିମ୍‌ ଇଣ୍ଡିଆର କ୍ରିକେଟ୍‌ର ମହମ୍ମଦ ଶାମୀଙ୍କ କଥା ଯଦି କହିବା ତ ସେ ବି ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି। 

ସାନିଆ ମିର୍ଜା ଓ ମହମ୍ମଦ ଶାମୀଙ୍କ ବିବାହକୁ ନେଇ ହଠାତ୍‌ ସୋସିଆଲ ମିଡ଼ିଆରେ ଅଲଗା ଅଲଗା ଖବର ଭାଇରାଲ ହେବାକୁ ଲାଗିଛି। ଯେଉଁଥିରେ ଦାବି କରାଯାଉଛି କି, ସାନିଆ ମିର୍ଜା ଓ ଶାମୀ ଖୁବ୍‌ ଶୀଘ୍ର ପରସ୍ପରକୁ ବିବାହ କରି ପାରନ୍ତି। ଏହି ଗୁଜବ ଉପରେ ସାନିଆଙ୍କ ପିତା ଇମ୍ରାନ ମିର୍ଜା ନିରବତା ଭାଙ୍ଗିଛନ୍ତି। 

ଇମ୍ରାନ ମିର୍ଜା ଏନଡିଟିଭିକୁ କହିଛନ୍ତି, ଏହି ସବୁ ଖବରରେ କୌଣସି ସତ ନାହିଁ। ବାସ୍ତବିକ କିଛି ଦିନ ପୂର୍ବେ ସାନିଆ ମିର୍ଜା ଓ ମହମ୍ମଦ ଶାମୀ ବିବାହକୁ ନେଇ ନିଜ ନିଜର ମତ ରଖିଥିଲେ। ଏହାପର ଠାରୁ ସୋସିଆଲ ମିଡ଼ିଆରେ ପ୍ରଶଂସକ ଉଭୟଙ୍କୁ ପରସ୍ପର ପାଇଁ ପରଫେକ୍ଟ ମ୍ୟାଚ୍‌ କହିବା ଆରମ୍ଭ କରିଦେଲେ ଏବଂ ଏହି ଠାର ଏହି ପ୍ରକାରର ଖବର ଭାଇରାଲ ହେବାରେ ଲାଗିଛି କି ଉଭୟ ନିକାହ କରିବାକୁ ଯାଉଛନ୍ତି। 

ଉଲ୍ଲେଖନୀୟ ଯେ, ମହମ୍ମଦ ଶାମୀ ବିଶ୍ୱକପ୍‌ ୨୦୨୩ ପର ଠାରୁ କ୍ରିକେଟ ଠାରୁ ବ୍ୟବଧାନ ରଖୁଛନ୍ତି। ଶାମୀଙ୍କୁ ସର୍ଜରୀ କରାଇବାକୁ ପଡ଼ିଥିଲା ଏବଂ ଏବେ ସେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ (ଏନସିଏ)ରେ ପୁଣି ଫେରୁଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସାନିଆ ମିର୍ଜା କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଘରର ନେମପ୍ଲେଟ୍‌ରେ ସାନିଆ ଓ ଇଜହାନ ଲେଖା ହୋଇଥିଲା। ସାନିଆଙ୍କ ପୁଅର ନାଁ ଇଜହାନ ମିର୍ଜା ମଲିକ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.