ନୂଆଦିଲ୍ଲୀ,୧୫।୧୦: ଇସ୍ରାଏଲ ଆକ୍ରମଣର କଡା ଟକ୍କର ଦେବାକୁ ଇରାନ ଏବେ ହେଉଛି ପ୍ରସ୍ତୁତ। ବରିଷ୍ଠ ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡର ବ୍ରିଗେଡିୟର୍ ଜେନେରାଲ୍ ଅବ୍ବାସ ନିଲଫୋରୁଶାନଙ୍କ ହତ୍ୟା ପାଇଁ ଇସ୍ରାଏଲଠାରୁ ଏହାର ପ୍ରତିଶୋଧ ନେବାକୁ ଶପଥ ନେଇଛି ଇରାନ। ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ହତ୍ୟାକାଣ୍ଡକୁ ବେଆଇନ ଏବଂ କ୍ଷମା ଯୋଗ୍ୟ ଅପରାଧ ବୋଲି କହିଛି। ଏହା ସହ କହିଛି ଯେ ଜିଓନିଷ୍ଟ ଶାସନକୁ ଦଣ୍ଡ ଦେବା ପାଇଁ ସମସ୍ତ ଉପାୟ ବ୍ୟବହାର କରିବ।
ସେପ୍ଟେମ୍ବର ୨୭ ରେ ହିଜବୁଲାର ମୁଖ୍ୟ ସୟିଦ ହାସନ ନାସରାଲ୍ଲାଙ୍କ ସହ ଦକ୍ଷିଣ ବେରୁଟ ଉପରେ IDF ଷ୍ଟ୍ରାଇକ୍ ପରେ ନିଲଫୋରୁଶାନଙ୍କୁ ମୃତ୍ୟୁ ହୋଇଥିଲା। ସୋମବାର ଇରାକର ପବିତ୍ର ସହର ନଜାଫ ଏବଂ କରବାଲା ତଥା ଇରାନର ଉତ୍ତର-ପୂର୍ବ ସହର ମଶହାଡରେ ନିଲଫୋରୁଶାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ବିଶ୍ଳେଷକମାନେ ଆଶଙ୍କା କରିଛନ୍ତି ଯେ ସାମରିକ ବିପର୍ଯ୍ୟୟ ପରେ ଇରାନ ଏବେ ଇସ୍ରାଏଲ ଉପରେ ଆଣବିକ ଶକ୍ତି ବ୍ୟବହାର କରିବାକୁ ଚେଷ୍ଟା କରିପାରେ। ତିନି ବର୍ଷରୁ ଅଧିକ ସମୟ ଧରି ଗ୍ରେଡ୍ ୟୁରାନିୟମ୍ ଅସ୍ତ୍ରଶସ୍ତ୍ରକୁ ସମୃଦ୍ଧ କରିବାରେ ତେହେରାନ ଦ୍ୱିଗୁଣିତ ହୋଇ ୬୦% ଶୁଦ୍ଧତାରେ ପହଞ୍ଚିଛି।
ଆନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (IAEA) ଅନୁଯାୟୀ, ଇରାନ ଯଦି ସପ୍ତାହେ ମଧ୍ୟରେ ପ୍ରାୟ ତିନୋଟି ଆଣବିକ ବୋମା ଉତ୍ପାଦନ କରିବାକୁ ଚାହେଁ, ତେବେ ତା ପାଖରେ ପର୍ଯ୍ୟାପ୍ତ ପରିମାଣର ପଦାର୍ଥ ଅଛି। ତେବେ, ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଇରାନର ବୋମା ବିକଶିତ କରିବାର ଉଦ୍ଦେଶ୍ୟ ନାହିଁ। ଅବଶ୍ୟ, ଏହି ନିଷ୍ପତ୍ତି ଭବିଷ୍ୟତରେ ବଦଳିପାରେ ।
ଆମେରିକାର ଗଣମାଧ୍ୟମ ସୋମବାର କହିଛି ଯେ, ଇସ୍ରାଏଲ ହ୍ବାଇଟ ହାଉସକୁ ଆଶ୍ୱାସନା ଦେଇଛି ଯେ ଇରାନର ଅକ୍ଟୋବର ୧ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେବାକୁ ସେ ଇରାନର ତୈଳ କିମ୍ବା ଆଣବିକ କେନ୍ଦ୍ରକୁ ଟାର୍ଗେଟ କରିବ ନାହିଁ। ଆଇଡିଏଫ୍ କେବଳ ଇରାନର ମିଲିଟାରୀ ସାଇଟ୍ ଉପରେ ଆକ୍ରମଣ କରିବ।