ମୁମ୍ବାଇ,୨୪/୧୦: ଆଗାମୀ ଆଇପିଏଲ୍ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ କୋଚିଂ ବିଭାଗକୁ ସୁଦୃଢ କରିବାରେ ଲାଗିଛନ୍ତି । ମେଗା ନିଲାମ ପାଇଁ କୋଚିଂ ୟୁନିଟ୍ଙ୍କ ଉପସ୍ଥିତି ବେଶ୍ ଜରୁରି ରହିଥିବାରୁ ପ୍ରଥମେ କୋଚ ଓ ସହକାରୀ ସଦସ୍ୟଙ୍କ ନିଯୁକ୍ତି ଜରୁରି ହୋଇ ପଡ଼ିଛି । ପୂର୍ବତନ ଭାରତୀୟ ଖେଳାଳି ପାର୍ଥବ ପଟେଲଙ୍କୁ ସହାକାରୀ କୋଚ୍ ଭାବେ ଗୁଜରାଟ ଟାଇଟନ୍ସ ନିଯୁକ୍ତି ଦେଇଛି । ୨୦୨୦ରେ ଅବସର ନେଇଥିବା ପଟେଲ ଗୁଜରାଟ ରଣଜୀ ଦଳର ଅଧିନାୟକ ଭାବେ ଦୀର୍ଘ ବର୍ଷ ଧରି ଖେଳିବାର ଅଭିଜ୍ଞତା ରଖିଛନ୍ତି । ତାଙ୍କୁ ପ୍ରଥମ କରି କୋଚ ଭାବେ ନିଯୁକ୍ତି ମିଳିଛି । ୨୦୨୧ରୁ ୨୦୨୩ ସିଜନ ପର୍ଯ୍ୟନ୍ତ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରତିଭା ଅନ୍ୱେଷଣ ଟିମ୍ରେ କାର୍ଯ୍ୟ କରିଥିଲେ ।
‘ପଦଯାତ୍ରା’ ସମୟରେ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କର...