ନୂଆଦିଲ୍ଲୀ ,୦୪/୧୧: ଖୁବଶୀଘ୍ର ହେବାକୁ ଯାଉଛି ଫଟାଫଟ କ୍ରିକେଟ ଆଇପିଏଲ ୨୦୨୫ର ମୋଗା ନିଲାମୀ । ଚଳିତ ମାସ ଶେଷ ସୁଦ୍ଧା ଅର୍ଥାତ ୨୪ ଓ ୨୫ ତାରିଖରେ ଆଇପିଏଲ ୨୦୨୫ର ମେଗା ଅକ୍ସନ ହେବା ନେଇ ସୂଚନା ମିଳିଛି । ସାଉଦି ଆରବର ରିଆଦରେ ଏହି ନିଲାମୀ ହେବ ବୋଲି ଜଣାପଡିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବେ ଯାଏଁ ନିଲାମୀ ସ୍ଥାନ ଏବଂ ତାରିଖ ନେଇ କିଛି ଘୋଷଣା କରିନାହିଁ । ମାତ୍ର ସମସ୍ତ ପ୍ରସ୍ତୁତି ଶେଷ ହେବ ଏବଂ ଔପଚାରିକ ଭାବେ ନିଲାମୀ ତାରିଖ ଓ ସ୍ଥାନ ଘୋଷଣା କରାଯିବ ।
ଏଥର ନିଲାମୀରେ ଋଷବ ପନ୍ତ, କେଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଭଳି ଷ୍ଟାର ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରହିବ । ଆଇପିଏଲ ୨୦୨୪ରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ କେକେଆର ଚମ୍ପିଆନ ହୋଇଥିଲା । ଆଇପିଏଲ ୨୦୨୫ ମେଗା ଅକ୍ସନୁ ପୂର୍ବରୁ ସବୁ ଦଳ ରିଟେନସନ ତାଲିକା ଜାରି କରି ସାରିଛନ୍ତି । ବିସିସିଆଇ ରିଟେନ ଖେଳାଳିଙ୍କୁ ନେଇ ନୂଆ ନିୟମ କରିଥିଲା ।
ନିୟମ ଅନୁସାରେ ଗୋଟିଏ ଫ୍ରାଞ୍ଚାଇଜ୍ ଅତି ବେଶୀରେ ୬ଜଣ ଖେଳାଳି ରିଟେନ୍ କରିପାରିବେ । ମେଗା ଅକ୍ସନ ପୂର୍ବରୁ ମୋଟ ୪୬ ଖେଳାଳି ରିଟେନ ହୋଇଛନ୍ତି । ୨୦୨୫ ନିଲାମୀରେ ପଞ୍ଜାବ କିଙ୍ଗସ୍ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବ ବୋଲି ଅନୁମାନ କରାଯାଉଛି । ୨୦୨୫ ମେଗା ଅକ୍ସନରେ ୫ ନୂଆ ଦଳ ହେବ ଯିଏ ନୂଆ କ୍ୟାପ୍ଟେନ ଖୋଜିବ । ରିଟେନ ହୋଇଥିବା ୪୬ ଖେଳାଳିଙ୍କ ମଧ୍ୟରେ ୩୬ ଭାରତୀୟ ବାକି ୧୦ ଜଣ ବିଦେଶୀ ଖେଳାଳି ରହିଛନ୍ତି ।