ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଯଶ ରଖିଲେ ଯଶସ୍ବୀ, କମାଲ କଲେ ବୁମରା-ନୀତୀଶ; ରୋହିତ ଶର୍ମା ଓ ବିରାଟ କୋହଲି ନିରାଶ

Published By : Tapas Panda | January 1, 2025 8:05 PM

Image Courtesy: indiatvnews

ନୂଆଦିଲ୍ଲୀ: ଉଦୀୟମାନ ଭାରତୀୟ ବ୍ୟାଟର ନୀତୀଶ ରେଡ୍ଡି ଆଇସିସି ଟେଷ୍ଟ କ୍ରିକେଟ ମାନ୍ୟାତାରେ ବହୁ ଉପରକୁ ଉଠିଛନ୍ତି । ଶୀର୍ଷ ୧୦ ଭାରତୀୟ ବ୍ୟାଟରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ନୀତୀଶ । ୨୧ ବର୍ଷୀୟ ବ୍ୟାଟିଂ ଅଲରାଉଣ୍ଡର ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଥିଲେ । ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସେ ଏହି ରନ୍‌ ସ୍କୋର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏହା ପରେ ସେ ଆଇସିସି ଟେଷ୍ଟ ରାଙ୍କିଂରେ ୫୨୮ ପଏଣ୍ଟ ସହ ୫୩ ତମ ସ୍ଥାନରେ ପହଞ୍ଚିଛନ୍ତି । 

୨୦ଟି ସ୍ଥାନ ଉପରକୁ ଉଠିଛନ୍ତି ନୀତୀଶ ରେଡ୍ଡି ।  ସେ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲଙ୍କୁ ପଛରେ ପକାଇ ଦେଇଛନ୍ତି । ଏସବୁ ଭିତରେ, ଯଶସ୍ବୀ ଜୟସ୍ବାଲ ଏକାମାତ୍ର ଭାରତୀୟ ବ୍ୟାଟର ଭାବରେ ଶୀର୍ଷ ୧୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଟେଷ୍ଟ ରାଙ୍କିଂରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜୟସ୍ବାଲ ।  ସେପଟେ ଚଳିତ ବର୍ଡର ଗାଭାସ୍କର ଟ୍ରଫିରେ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ିଛି । ରୋହିତ ଶର୍ମା ୪୦ ତମ ସ୍ଥାନକୁ ଖସିଆସିଥିବା ବେଳେ ବିରାଟ କୋହଲି ୩ଟି ସ୍ଥାନ ଖସି ୨୪ତମ ସ୍ଥାନରେ ରହିଛନ୍ତି ।  

ସେପଟେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ବୋଲିଂ ମାନ୍ୟତାରେ ଇତିହାସ ରଚିଛନ୍ତି। ସେ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଳବତ୍ତର ରଖିବା ସହ ଅଧିକ ରେଟିଂ ହାସଲ କରିବାରେ ଭାରତୀୟ ବୋଲର ହେବାର କୀର୍ତ୍ତିମାନ ରଚିଛନ୍ତି। ବୁମରା ନିକଟରେ ସନ୍ନ୍ୟାସ ନେଇଥିବା ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି। 

ଅଶ୍ଵିନ ୨୦୧୬ରେ ୯୦୪ ପଏଣ୍ଟ ସହ ନିଜର ସର୍ବୋଚ୍ଚ ରେଟିଂ ହାସଲ କରିଥିଲେ। ବୁମରା ନିକଟରେ ଅଶ୍ଵିନଙ୍କ ସମକକ୍ଷ ହୋଇଥିଲେ। ଆଉ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶାଣିତ ବୋଲିଂ କରି ଭାରତୀୟ ବୋଲର ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ବୁମରା ୯୦୭ ରେଟିଂ ପଏଣ୍ଟ ସହ ସର୍ବକାଳୀନ ତାଲିକାରେ ଇଂଲଣ୍ଡର ଡେରେକ ଅଣ୍ଡରଉଡଙ୍କ ସହିତ ଯୁଗ୍ମ ୧୭ତମ ସ୍ଥାନରେ ରହିଛନ୍ତି।

ଅଷ୍ଟ୍ରେଲିଆର ଅଧିନାୟକ ତଥା ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ମଧ୍ୟ ମାନ୍ୟତାରେ ଫାଇଦା ମିଳିଛି। ସେ ମାନ୍ୟତାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ମେଲବର୍ଣ୍ଣ ଟେଷ୍ଟରେ ବ୍ୟାଟିଂରେ ଉଲ୍ଲେଖନୀୟ ଯୋଗଦାନ ଦେଇ  ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଯଶସ୍ଵୀ ଜୟସ୍ଵାଲ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଯଶସ୍ଵୀଙ୍କୁ ୮୫୪ ରେଟିଂ ପଏଣ୍ଟ ମିଳିଛି । ସେ ଭାରତର ଏକ ମାତ୍ର ବ୍ୟାଟର ଭାବେ ଟପ୍-୧୦ରେ ରହିଛନ୍ତି। ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଖସି ୧୨ତମ ସ୍ଥାନରେ ରହିଥିବା ବେଳେ ଗିଲ୍ ୨୦ତମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଟପ୍-୨୦ରେ ବି ନାହାନ୍ତି ।

  • Indian cricket team
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.