ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ସିଡନୀ ଟେଷ୍ଟ ଲାଗି ଟିମ୍‌ ଇଣ୍ଡିଆର ବଡ଼ ନିଷ୍ପତ୍ତି, ଋଷଭ ପନ୍ତଙ୍କ ସ୍ଥାନରେ ଖେଳିବେ ଧ୍ରୁବ ଜୁରେଲ !

Published By : Tapas Panda | January 1, 2025 9:01 PM

Image Courtesy: Social Media

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୩ରୁ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟ ସିଡନୀରେ ଖେଳାଯିବ । ଏହି ଟେଷ୍ଟ ଜିତି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିକୁ ଡ୍ର କରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ତେବେ ସିରିଜରେ ଋଷଭ ପନ୍ତଙ୍କ ଖରାପ ସଟ୍‌ ଭାରତୀୟ ଦଳର ଅଡ଼ୁଆ ବଢାଇ ଦେଇଛି। ତେଣୁ ପନ୍ତଙ୍କୁ ସିଡନୀ ଟେଷ୍ଟରୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ଦିଆଯାଇପାରେ ।

ମେଲବର୍ଣ୍ଣ ଟେଷ୍ଟରେ ଋଷଭ ପନ୍ତ ଅନେକ ଭୁଲ କରିଛନ୍ତି । ଯେଉଁ ସମୟରେ ଧୈର୍ଯ୍ୟର ସହ ବ୍ୟାଟିଂ କରିବାର ଥିଲା, ସେହି ସମୟରେ ସେ ବଲ୍ରେ ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଭାରତୀୟ ଦଳ ୧୫୫ ରନରେ ଅଲଆଉଟ୍ ହୋଇଥିଲା ଏବଂ ହାରିଥିଲା । ପନ୍ତଙ୍କ ପ୍ରଦର୍ଶନ ଦଳ ପ୍ରବନ୍ଧକଙ୍କୁ ପଞ୍ଚମ ଟେଷ୍ଟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଉପରେ ପୁନର୍ବିଚାର ପାଇଁ ବାଧ୍ୟ କରିଛି। 

ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ପରେ ଯୁବ ଓ୍ଵିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଜୁରେଲ୍ ଇଣ୍ଡିଆ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ମେଲବର୍ଣ୍ଣରେ ୮୦ ରନ ଓ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ଇରାନୀ ଟ୍ରଫିରେ ମଧ୍ୟ ୯୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଜୁରେଲଙ୍କ ପ୍ରଥମ ଶ୍ରେଣୀ ରେକର୍ଡ ମଧ୍ୟ ପନ୍ତଙ୍କଠୁ ଉନ୍ନତ ରହିଛି । ସେ ୨୨ ମ୍ୟାଚରେ ୪୫.୪୭ ହାରରେ ୧୨୩୫ ରନ କରିଛନ୍ତି । ଜୁରେଲ ଭାରତ ପାଇଁ ଟେଷ୍ଟରେ ୬ଟି ଇନିଂସରୁ ୪୦.୪୦ ହାରରେ ୨୦୨ ରନ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ । 

  • Indian cricket team
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.