ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ବର୍ଡର -ଗାଭାସ୍କର ଟ୍ରଫି: ଭାରତୀୟ ଦଳର ନେତୃତ୍ୱ ନେବାକୁ ଚାହୁଁଥିଲେ ଜଣେ ସିନିୟର ଖେଳାଳି, ମନା କରିଥିଲେ ଚୟନକର୍ତ୍ତା

Published By : Prameya | January 2, 2025 8:37 AM

ନୂଆଦିଲ୍ଲୀ,୦୨/୦୧: ଚଳିତ ବର୍ଡର -ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତୀୟ  ଦଳର ଦୟନୀୟ ପ୍ରଦର୍ଶନକୁ ନେଇ ସମ୍ପ୍ରତି  ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ  ଗମ୍ଭୀରଙ୍କୁ ତୀବ୍ର ସମାଲୋଚନା କରାଯାଉଛି ।  ରୋହିତଙ୍କୁ ଅବସର ନେବା ଆବଶ୍ୟକ ବୋଲି  ମତ ପ୍ରକାଶ ପାଉଛି । ମାତ୍ର ଦଳର ଏହି  ନୈରାଶ୍ୟଜନକ ପ୍ରଦର୍ଶନ ପଛରେ ଅନେକ  ବିବାଦ ଲୁଚି ରହିଥିବା ଏକ ଗଣମାଧ୍ୟମ  ପ୍ରକାଶ କରିଛି । ଏହି ଗଣମାଧ୍ୟମରେ ପ୍ରକାଶିତ  ରିପୋର୍ଟ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।  

ରିପୋର୍ଟ ଅନୁଯାୟୀ, ଦଳ ଚୟନଠୁ ଆରମ୍ଭ  କରି ରଣନୀତି ପ୍ରସ୍ତୁତି ପର୍ଯ୍ୟନ୍ତ ସବୁଥିରେ ମତ  ପାର୍ଥକ୍ୟ ରହିଥିଲା । ଦଳରେ ମତଭେଦ ମଧ୍ୟ  ନୈରାଶଜନକ ପ୍ରଦର୍ଶନର ଅନ୍ୟତମ କାରଣ  ବୋଲି ଉକ୍ତ ଗଣମାଧ୍ୟମ ପ୍ରକାଶ କରିଛି ।  

ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି  ଖବର ପଛରେ ସତ୍ୟତା ରହିପାରେ ବୋଲି  ସୋସିଆଲ ମିଡ଼ିଆରେ ମତ ପ୍ରକାଶ ପାଇଛି । କାରଣ ରୋହିତ ଶର୍ମା ସର୍ବଦା ଖେଳାଳିଙ୍କ  ସହ ଆଲୋଚନା କରିବା ଦେଖିବାକୁ ମିଳେ ।  ମ୍ୟାଚ ପୂର୍ବରୁ ବୋଲିଂ ବିଭାଗ, ବ୍ୟାଟିଂ ବିଭାଗ  ଓ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ ମଧ୍ୟ ସେ  ଆଲୋଚନା କରନ୍ତି । ଏପରିକି ଟସ୍‌ ପରେ ମଧ୍ୟ  ଏକାଦଶରୁ ବାଦ ପଡ଼ିଥିବା ଖେଳାଳିଙ୍କୁ ବୁଝାଇବାର  ପ୍ରମାଣ ରହିଛି । ହେଲେ ଏହି ସିରିଜରେ ରୋହିତ  ଗ୍ରାଉଣ୍ଡ ଭିତରେ କୌଣସି ଆଲୋଚନାରେ  ସାମିଲ ହେଉ ନଥିବା ଦେଖିବାକୁ ମିଳିଛି । 

ଦଳ ଚୟନ ବେଳେ କୋଚଙ୍କ କିଛି ପ୍ରସ୍ତାବକୁ  ଚୟନ କମିଟି ଅଗ୍ରାହ୍ୟ କରିଦେଇଥିବାବେଳେ  ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଣେ ସିନିୟର  ଖେଳାଳି ଅଧିନାୟକ ପଦ ହାତେଇବାକୁ ଜୋରଦାର  ଯୋଜନା ଚଳାଇଥିଲେ ବୋଲି ରିପୋର୍ଟରେ  ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ଡ୍ରେସିଂ  ରୁମ୍‌ର ରଣନୀତିକୁ ମଧ୍ୟ ଗ୍ରାଉଣ୍ଡରେ ଗ୍ରହଣ  କରାନଯିବା କୋଚ ଗମ୍ଭୀରଙ୍କୁ ଅସନ୍ତୁଷ୍ଟ କରିଥିଲା । 

ଉକ୍ତ ଗଣ ମାଧ୍ୟମ ପ୍ରକାଶ କରିଛି ଯେ,  ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ଓହରି ଯିବାକୁ  ନିଷ୍ପତ୍ତି ନେବା ପରେ ଦଳର ଜଣେ ସିନିୟର  ଖେଳାଳି ଅଧିନାୟକ ପଦ ହାତେଇବାକୁ  ଜୋରଦାର ଚେଷ୍ଟା କରିଥିଲେ । ରୋହିତଙ୍କ  ଅନୁପସ୍ଥିତିରେ କିଛି ଖେଳାଳି ଅଧିନାୟକ  ହେବା ପାଇଁ ଆଶାବାଦୀ ଥିଲେ । କିନ୍ତୁ ଜଣେ  ନିର୍ଦ୍ଦିଷ୍ଟ ଖେଳାଳି ନିଜକୁ ଉପଯୁକ୍ତ ବିକଳ୍ପ ଭାବେ  ବାରମ୍ବାର ଉପସ୍ଥାପିତ କରିଥିଲେ । ଦଳର  ଯୁବ ଖେଳାଳିମାନେ ଅଧିନାୟକ ହେବା ଭଳି  ପରିପକ୍ୱ ହୋଇ ନଥିବା ମଧ୍ୟ ଉକ୍ତ ଖେଳାଳି  ଜଣକ ବାରମ୍ବାର ଜଣାଉଥିଲେ । ମାତ୍ର ପରେ  ଯଶପ୍ରୀତ ବୁମରାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ  ଭାବେ ଚୟନ କରାଯାଇଥିଲା । 

ବିଶୃଙ୍ଖଳିତ ଡ୍ରେସିଂରୁମ୍‌ ପରିବେଶ:  ଚଳିତ ସିରିଜରେ ଖେଳାଳିଙ୍କ ମଧ୍ୟରେ ଏକତା  ନଥିବା ପ୍ରକାଶ କରିଛି ଉକ୍ତ ଗଣମାଧ୍ୟମ ।  ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ପ୍ରସ୍ତୁତ  କରାଯାଇଥିବା ରଣନୀତିକୁ ଗ୍ରାଉଣ୍ଡ୍‌ରେ  ଉପଯୋଗ କରୁନଥିବାରୁ କୋଚ ଗମ୍ଭୀର ବିରକ୍ତ  ହୋଇଯାଇଛନ୍ତି । ଦଳର ପ୍ରମୁଖ ବ୍ୟାଟରମାନେ  ଦଳର ପରିସ୍ଥିତି ଓ ଆବଶ୍ୟକତା ଅନୁଯାୟୀ  ନଖେଳିବା ଗମ୍ଭୀରଙ୍କୁ ବ୍ୟଥିତ କରିଛି । ଏପରିକି  ମେଲବର୍ଣ୍ଣ ପରାଜୟ ପରେ ଗମ୍ଭୀର ଡ୍ରେସିଂ  ରୁମ୍‌ରେ ଦଳର ଖେଳାଳିମାନଙ୍କ ଉପରେ ବିରକ୍ତି  ଭାବ ପ୍ରକାଶ କରି ‘ବହୁତ ହୋଇଗଲା’ ବୋଲି  ଶୁଣାଇଥିଲେ। ଦଳର ଅଧିକାଂଶ ବ୍ୟାଟର ନିଜ  ନିଜର ‘ନ୍ୟାଚୁରାଲ ଗେମ’ ଖେଳିବା ବାହାନାରେ  ଦଳକୁ ବୁଡ଼ାଇ ଦେଇଛନ୍ତି ବୋଲି ଗମ୍ଭୀର  କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ମ୍ୟାଚ୍‌ର ପରିସ୍ଥିତି ଅନୁଯାୟୀ ରଣନୀତି ପ୍ରସ୍ତୁତ  ହେଉଥିଲେ ହେଁ ଗ୍ରାଉଣ୍ଡ ଭିତରେ ଏହାକୁ କାର୍ଯ୍ୟରେ ଲଗାନଯିବା ପରାଜୟର ଅନ୍ୟତମ  କାରଣ ରହିଥିବା ଅନୁମାନ କରାଯାଉଛି । ଦଳର ଏହି ମନମୁଖୀ କାର୍ଯ୍ୟ ଗତ ବାଂଲାଦେଶ ବିପକ୍ଷ  ଘରୋଇ ଟେଷ୍ଟ ସିରିଜରୁ ଆରମ୍ଭ ହୋଇଥିବା  ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।  

ପର୍ଥ ଟେଷ୍ଟ ପରେ ବି ପୂଜାରାଙ୍କୁ  ଡକାଇବାକୁ ପ୍ରସ୍ତାବ ଦେଇଥିଲେ ଗମ୍ଭୀର: ଦଳ ଚୟନ ବେଳେ କୋଚ୍‌ ଗୌତମ  ଗମ୍ଭୀର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ  ଦଳରେ ନେବା ପାଇଁ ପ୍ରସ୍ତାବ ଦେଇଥିଲେ ।  ମାତ୍ର ତାଙ୍କ ପ୍ରସ୍ତାବକୁ ଅଜିତ ଅଗରକରଙ୍କ  ଚୟନ କମିଟି ଅଗ୍ରାହ୍ୟ କରିଦେଇଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.