ନୂଆଦିଲ୍ଲୀ,୦୧/୦୧: ଗୋଟିଏ ପଟେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଉ ଗୋଟିଏ ପଟେ ଭାରତୀୟ କ୍ରିକେଟରେ ଜଣେ ଷ୍ଟାର ଉଭା ହୋଇଛନ୍ତି । ମୁମ୍ବାଇର ଆୟୁଷ ମାହତ୍ରେ ଲିଷ୍ଟ-ଏ କ୍ରିକେଟରେ ୧୫୦ରୁ ଅଧିକ ରନ କରିଥିବା ସବୁଠୁ କମ ବର୍ଷୀୟ ଖେଳାଳି ହୋଇଛନ୍ତି । ଏହା ସହିତ ଯଶସ୍ବୀ ଜୈସ୍ବାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ମୁମ୍ବାଇ ଦଳର ଯୁବ ଷ୍ଟାର ବ୍ୟାଟର ଆୟୁଷ ମାହତ୍ରେ ବିଜୟ ହଜାରେ ଟ୍ରଫିରେ ୧୮୧ରନପ ଧୂଆଁଧାର ପାଳି ଖେଳିଛନ୍ତି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ୧୭ ବର୍ଷ ୧୬୮ ଦିନର ଆୟୁଷ ଏହି ଦମଦାର ରେକର୍ଡ ସହ ଜୈସ୍ବାଲଙ୍କୁ ପଛରେ ପକାଇଛନ୍ତି । ୨୦୧୯ରେ ସମାନ ବୟସରେ ଜୈସ୍ବାଲ ଝାଡଖଣ୍ଡ ବିପକ୍ଷରେ ଏହି ରେକର୍ଡ କରିଥିଲେ । ଚଳିତ ବିଜୟ ହଜାରେ ଟ୍ରଫିରେ ଆୟୁଷଙ୍କ ଏହି ରେକର୍ଡ ସହ ସେ କନିଷ୍ଠ ଖେଳାଳି ଭାବେ ଲିଷ୍ଟ ଏ କ୍ରିକେଟର ଭାବେ ୧୫୦ରନର ଇନିଂସ ଖେଳିଛନ୍ତି ।
ନାଗାଲାଣ୍ଡ ବିପକ୍ଷରେ ମାହତ୍ରେ ୧୧୭ ବଲରୁ ୧୮୧ ରନ କରିଥିଲେ । ଏଥିରେ ୧୮ଟି ଚୌକା ଓ ୧୧ଟି ଛକା ମାରିଥିଲେ । ମୁମ୍ବାଇ ୫୦ ଓଭରରେ ୭ ୱିକେଟ ହରାଇ ୪୦୩ ରନ କରିଥିଲା । ଆୟୁଷ ଦଳରେ ଯୋଗ ଦେବାପରେ ମୁମ୍ବାଇର ପ୍ରଦର୍ଶନରେ ଉନ୍ନତି ହୋଇଛି । ଜବାବରେ ନାଗାଲାଣ୍ଡ ୯ ୱିକେଟ ହରାଇ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା । ପୂର୍ବରୁ ଏହି ରେକର୍ଡ ଜୈସ୍ବାଲଙ୍କ ନାମରେ ଥିଲା । ୨୦୧୯ରେ ଝାଡଖଣ୍ଡ ବିପକ୍ଷରେ ୧୫୪ ବଲ ଖେଳି ୨୦୩ ରନର ଇନିଂସ ଖେଳିଥିଲେ । ସେତେବେଳେ ତାଙ୍କ ବୟସ ୧୭ ବର୍ଷ ୨୯୧ ଦିନ ରହିଥିଲା । ଆୟୁଷ ମାହତ୍ରୋଙ୍କ ବୟସ ବର୍ତ୍ତମାନ ୧୭ ବର୍ଷ ୧୮୬ ଦିନ ରହିଛି ।