ନୂଆଦିଲ୍ଲୀ,୦୧/୦୨: ଖେଳ ଦୁନିଆରେ ନିଜର ପରିଚୟ ବନେଇଥିବା ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରିବେ ସରକାର । ଡ଼ି.ଗୁକେଶ, ମନୁ ଭାକର, ହରମନପ୍ରିତ୍ ସିଂ ଓ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ । ଏନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସେହିପରି ୩୨ଜଣଙ୍କୁ ଅର୍ଜୁନ ଆଓ୍ବାର୍ଡ ପ୍ରଦାନ କରାଯିବ । ଆଥଲେଟ୍ ଜ୍ୟୋତି ୟାରାଣୀ, ଅନ୍ନୁ ରାଣୀ, ବକ୍ସିଂ ଖେଳାଳି ନୀତୁ, ଅବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲିମା ଟେଟ୍, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହ, ପାରା ତୀରନ୍ଦାଜି ଖେଳାଳି ରାକେଶ କୁମାର, ପାରା ଆଥଲେଟ୍ ପ୍ରୀତି ପାଲ୍, ଜୀବନଜି ଦିପ୍ତୀ, ଅଜିତ୍ ସିଂହ, ସଚିନ୍ ସରଜେରାଓ ଆଦି ୩୨ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ତେବେ ସମସ୍ତଙ୍କୁ ଆସନ୍ତା ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ମିଳିଛି।