ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସୁରକ୍ଷାକର୍ମୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଜଣେ ଅଟକ

Published By : Harapriya Sethi | February 17, 2025 12:05 PM

ଆନନ୍ଦପୁର,୧୭/୦୨: ଆନନ୍ଦପୁର ବ୍ୟାରେଜ ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ କାର୍ଯାଳୟ ଗେଟ୍ ସମ୍ମୁଖରୁ ସୁରକ୍ଷାକର୍ମୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସୁରକ୍ଷାକର୍ମୀ ସୁକଦେବ ସାହୁ ଏବଂ ସେ ପଦ୍ମପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କ ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତାଙ୍କର ଜଣେ ସହକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । କେନ୍ଦୁଝର ଜିଲ୍ଲା ଆନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଆନନ୍ଦପୁର ବ୍ୟାରେଜ ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ କାର୍ଯାଳୟ ଗେଟ୍ ସମ୍ମୁଖରେ ସୁରକ୍ଷାକର୍ମୀ ଶୁକଦେବ ସାହୁଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରକ୍ଷାକର୍ମୀଙ୍କ କ୍ଷତାକ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି । 

ସେପଟେ ସନ୍ଦେହରେ ଶୁକଦେବଙ୍କ ଜଣେ ସହକର୍ମୀଙ୍କୁ ଅଟକ ରଖି ପୋଲିସର ପଚରାଉଚୁରା କରୁଛି । ସେ ଆଜି ସକାଳେ ଶୁକଦେବଙ୍କ ପାଇଁ ଆଟେଣ୍ଡାନ୍ସ ରେଜିଷ୍ଟରରେ ଦସ୍ତଖତ କରିଥିଲେ । ସେଥିପାଇଁ ପୋଲିସ ସନ୍ଦେହରେ ତାଙ୍କୁ ଅଟକ ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.