କେନ୍ଦୁଝର ସଦର,୧୫/୨(ଆପ୍ର) : ପଳାଶପଙ୍ଗା ଫରେଷ୍ଟ ସେକ୍ସନ ବରଦାପାଳ ପଞ୍ଚାୟତ କୁସୁମିତା ଗ୍ରାମରେ ଜଙ୍ଗଲ ସୁରକ୍ଷା ଓ ନିଆଁର ପ୍ରତିରୋଧକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଅଛି । ପଳାଶପଙ୍ଗା ବନପାଳ ଜୟକୃଷ୍ଣ ଦାସଙ୍କ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଏବଂ ସୟଂ ସହାୟକ ଗୋଷ୍ଠୀ, ୱାର୍ଡ ମେମ୍ବର ସଦସ୍ୟମାନେ ଯୋଗ ଦେଇଥିଲେ।
ଜଙ୍ଗଲରେ ନିଆଁ ଲାଗିଲେ ପରିବେଶ ଏବଂ ବନ୍ୟ ଜନ୍ତୁର କିପରି କ୍ଷତି ଘଟିଥାଏ। ଏ ନେଇ ସାଧାରଣ ଲୋକଙ୍କୁ ସଚେତନତା କରିବା ସହିତ ଯଦି ଜଙ୍ଗଲରେ ନିଆଁ ଲାଗିଥିବାର ଦେଖନ୍ତି ତେବେ ବନ ବିଭାଗ କର୍ମଚାରୀଙ୍କୁ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ନିଜେ ମଧ୍ୟ ପାରୁ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବାକୁ କହିଥିଲେ। କୁସୁମିତା ଗ୍ରାମରେ ଏକ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ପ୍ରକଳ୍ପର ସହକର୍ମୀ ଉଦୟନାଥ ହୋ ଏବଂ ସୁଶାନ୍ତ ବେହେରା ଉପସ୍ଥିତ ଥିଲେ।