ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ ଦାବି : କାରଖାନା ସମ୍ମୁଖରେ ଆନ୍ଦୋଳନରେ ବସିଲେ କର୍ମଚାରୀ

Published By : Prameya | February 13, 2025 7:04 PM

କେନ୍ଦୁଝର ସଦର ,୧୩/୨(ଆପ୍ର)କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗାଠାରେ ଥିବା ଓଡିଶା ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ କାରଖାନା ସମ୍ମୁଖରେ କାରଖାନାର ସମସ୍ତ ହିତାଧିକାରୀ ଓ ପୁରାତନ କର୍ମଚାରୀ ଧାରଣାରେ ବସିଛନ୍ତି। ୩୧.୦୩.୨୦୧୭ ରିଖ ପର୍ଯ୍ୟନ୍ତ ଜମା ଥିବା ଭବିଷ୍ୟନିଧି ପାଣ୍ଠି ପ୍ରଦାନରେ ଅବହେଳା ଓ ଗ୍ରାଚ୍ୟୁଇଟି ପ୍ରଦାନରେ ଅନିୟମିତତା ବିରୁଦ୍ଧରେ ଧାରଣା ଦେଇଛନ୍ତି। 

କର୍ମଚାରୀ,ଶ୍ରମିକଙ୍କ ଭବିଷ୍ୟନିଧି ଅବଦାନକୁ ପ୍ରତି ମାସର ମଜୁରୀରୁ କାଟି ଓଏସ୍ଆଇଏଲ୍ପିଏଫ୍ ର ଏକ ଟ୍ରଷ୍ଟରେ ଜମା କରାଯାଏ । ନିୟମ ଅନୁଯାୟୀ ଟ୍ରଷ୍ଟ ପ୍ରତିବର୍ଷ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ଭବିଷ୍ୟନିଧି ଷ୍ଟେଟମେଣ୍ଟ ପ୍ରଦାନ କରୁଥିଲା । ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିତାଧିକାରୀ  ଶ୍ରମିକଙ୍କୁ ଭବିଷ୍ୟନିଧି ଷ୍ଟେଟମେଣ୍ଟ ପ୍ରଦାନ କରାଯାଇଥିଲା । ହିତାଧିକାରୀଙ୍କ ଭବିଷ୍ୟନିଧି ଅବଦାନ ହଡପ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ପ୍ରତିଷ୍ଠାନ ୨୦୧୭-୧୮ ଆର୍ଥିକ ବର୍ଷରୁ ଏପରି ବିବରଣୀ ପ୍ରଦାନ କରିବା ବନ୍ଦ କରି ଦେଇଛି  ବୋଲି ଅଭିଯୋଗ ହୋଇଛି। 

ହିତାଧିକାରୀ ଓ ଶ୍ରମିକମାନେ ଗତ ୨୮।୧।୨୦୨୫ ରେ ଉପରୋକ୍ତ ଦାବି ଅନୁଯାୟୀ ନିଯୁକ୍ତିଦାତାଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଶ୍ରମିକଙ୍କ ଅଭିଯୋଗକୁ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଶୁଣିନଥିଲେ । ଅନ୍ୟ କୌଣସି ଉପାୟ ନପାଇବାରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ ହିତାଧିକାରୀ ଓ ପୁରାତନ କର୍ମଚାରୀମାନେ ଆନ୍ଦୋଳନରେ ବସିବାକୁ ନିଷ୍ପତ୍ତି ନେଇଥିବା ସେମାନେ ପ୍ରକାଶ କରିଛନ୍ତି । ବିରେନ୍ଦ୍ର ପଟ୍ଟନାୟକ,ଲାଲମୋହନ ମହାନ୍ତ,ଘାସିନାଥ ମାଝୀ,ଯୁଧିଷ୍ଠିର ଦେଓ,ନରହରି ମହାନ୍ତ,ରାମଲାଲ ବେହେରା,ପରେଶ ନାଥ କୁଅଁର,ସୁଶାନ୍ତ ରାଉତ,ଦୁଃଶାସନ ରାଜ,ବିଜୟ ବେହେରା,ମହେଶ୍ୱର ମହାନ୍ତ, ମହମ୍ମଦ ଗାଲିବଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ଧାରଣାରେ ସାମିଲ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.