ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆଇପିଏଲ୍‌ ୨୦୨୫: ଆଜି ଟାଇଟନ୍ସ- ଇଣ୍ଡିଆନ୍ସ ମଧ୍ୟରେ ଟକ୍କର, ପ୍ରଥମ ପଏଣ୍ଟ ଲକ୍ଷ୍ୟ

Published By : Prameya | March 29, 2025 8:51 AM

ଅହମ୍ମଦାବାଦ,୨୯/୦୩: ଆଇପିଏଲ୍‌ର ନବମ ଲିଗ୍‌ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଉଭୟ ନିଜ  ନିଜର ପ୍ରଥମ ମ୍ୟାଚ୍‌ ପରାଜିତ  ହୋଇଥିବାରୁ ଆଜି ବିଜୟ  ଖାତା ଖୋଲିବାକୁ ଉତ୍ସୁକତାର  ସହ ଅପେକ୍ଷା କରିଛନ୍ତି । ପ୍ରଥମ ମ୍ୟାଚ୍‌ ଖେଳିନଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ  ପାଣ୍ଡ୍ୟା ଆଜି ଏକାଦଶକୁ ଫେରିବେ । ୨୦୨୨ ଓ ୨୩  ସିଜନରେ ସେ ଗୁଜରାଟ ଟାଇଟନ୍ସ ଦଳର ନେତୃତ୍ୱ ନେଇଥିଲେ । ପ୍ରଥମ ବର୍ଷ ଟାଇଟନ୍ସ ଚାମ୍ପିଅନ ଓ ପରବର୍ଷ ରନର୍ସ ଅପ ହୋଇଥିଲା। 

ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ଟାଇଟନ୍ସ ୩ଟି  ଓ ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ ଜିତିଛନ୍ତି । ତେଣୁ ପୂର୍ବ ରେକର୍ଡକୁ ଦେଖି ମ୍ୟାଚ୍‌ର ପୂର୍ବାନୁମାନ କରିହେବ ନାହିଁ । ୨୦୨୨ ସଂସ୍କରଣ ଓ ଏ ବର୍ଷର ଦଳ ମଧ୍ୟରେ ବେଶ୍‌ ଫରକ ରହିଛି । ଟାଇଟନ୍ସକୁ ଚାମ୍ପିଅନ କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମୁମ୍ବାଇ ଇଣ୍ଡିଆନ୍ସ  ଅଧିନାୟକ । ଶୁଭମନ ଗିଲଙ୍କ ନେତୃତ୍ୱରେ ଟାଇଟନ୍ସ ଓ ପାଣ୍ଡ୍ୟାଙ୍କ  ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଗତ ବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ  କରିଥିଲା । ମାତ୍ର ଏଥର ଉଭୟ  ଅଧିନାୟକ ଏଥର ନିଜ ନିଜ ଦଳକୁ ସହଜରେ ପ୍ଲେ-ଅଫରେ  ପହଞ୍ଚାଇବାକୁ ଉଦ୍ୟମ କରିବେ ।  

ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌କୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ  ପରିବର୍ତ୍ତନ ହୋଇସାରିଛି । ରୋହିତ  ଶର୍ମାଙ୍କ ସହ ଓପନ କରୁଥିବା ର‌୍ୟାନ୍‌ ରିକେଲଟନ ନୂଆ । ୩ନଂ  ସ୍ଥାନରେ ସୂର୍ଯ୍ୟକୁମାର ଓ ୪ନଂ  ସ୍ଥାନରେ ତିଳକ ବର୍ମା ବ୍ୟାଟିଂ କରୁଥିଲେ । ମାତ୍ର ଏଥର ୱିଲ ଜ୍ୟାକ୍ସଙ୍କୁ ୩ନଂ ସ୍ଥାନରେ ବ୍ୟାଟିଂ କରାଯାଇ ଉଭୟ ସୂର୍ଯ୍ୟକୁମାର ଓ ତିଳକଙ୍କୁ ତଳକୁ ପଠା ଯାଇଛି ।  ଯାହା ବ୍ୟାଟିଂ ବିଭାଗକୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଛି ।

ଟାଇଟନ୍ସ ବ୍ୟାଟିଂ ବିଭାଗର ପ୍ରଥମ ୩ଟି ସ୍ଥାନକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ମଧ୍ୟ କ୍ରମ ନୂଆ । ମାତ୍ର  ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ।  କାଗିସୋ ରାବାଡା, ପ୍ରସିଦ୍ଧ କ୍ରିଷ୍ଣା  ଓ ମହମ୍ମଦ ସିରାଜ ପେସ୍‌ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ସ୍ପିନ ବିଭାଗରେ ରସିଦ ଖାନ୍‌ ମୁଖ୍ୟ ଅସ୍ତ୍ର  ଥିବାବେଳେ ଆର ସାଇ କିଶୋର  ମଧ୍ୟ ଘାତକ ସାବ୍ୟସ୍ତ ହୋଇଛନ୍ତି ।  

ଆଜି ଗିଲ୍‌ ଓ  ସୂର୍ଯ୍ୟକୁମାରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଗିଲ୍‌ ଭାରତୀୟ ଟି-ଟ୍ୱେଣ୍ଟି ଦଳକୁ ଫେରିବାକୁ ପ୍ରୟାସ ଚଳାଇ ଥିବାବେଳେ ସୂର୍ଯ୍ୟକୁମାର ଫର୍ମ ଫେରିପାଇବାକୁ  ସଂଘର୍ଷ କରୁଛନ୍ତି । ଉଭୟଙ୍କ  ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ଦର୍ଶକ ଆଶାବାଦୀ ରହିଛନ୍ତି ।  ମୁମ୍ବାଇ ଇଣ୍ଡିଆନ୍ସର ନବାଗତ  ବାମ ହାତି ଲେଗ ସ୍ପିନର ବିଘ୍ନେଶ  ପୁଥୁରଙ୍କୁ ନେଇ ସମ୍ପ୍ରତି ଜୋରଦାର  ଚର୍ଚ୍ଚା ଚାଲିଛି । ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ସେ ୩ଟି ୱିକେଟ୍‌ ନେଇ  ନଜରକୁ ଆସିଥିଲେ । ଏପର୍ଯ୍ୟନ୍ତ ସେ  ସିନିୟର ସ୍ତରରେ କୌଣସି ଘରୋଇ  କ୍ରିକେଟ୍‌ ଖେଳି ନାହାନ୍ତି । ତଥାପି  ତାଙ୍କ ଦକ୍ଷତାକୁ ପରଖି ମୁମ୍ବାଇ  ଇଣ୍ଡିଆନ୍ସ ତାଙ୍କୁ ପ୍ରଥମ ମ୍ୟାଚ୍‌ରୁ  ପଦାର୍ପଣ ସୁଯୋଗ ଦେଇଛି । 

ମୋଟେରା ଗ୍ରାଉଣ୍ଡର ପିଚ୍‌  ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ  ରହିବ । ପଞ୍ଜାବ କିଙ୍ଗ୍‌ସ ଓ ଟାଇଟନ୍ସ  ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ  ମୋଟ୍‌ ୪୭୫ ରନ ସଂଗୃହୀତ  ହୋଇଥିଲା ଓ ୧୦ଟି ୱିକେଟ୍‌ର  ପତନ ଘଟିଥିଲା । ଆଜି ଅପରାହ୍ଣରେ ତାମପାତ୍ରା କମିବ ଓ  କାକର ଅନୁଭୂତ ହେବ । ଫଳରେ  ଦ୍ୱିତୀୟ ଭାଗରେ ରନ ସଂଗ୍ରହ ସହଜ  ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌  (ଅଧିନାୟକ), ସାଇ ସୁଦର୍ଶନ,  ଜୋସ ବଟଲର, ସେରଫାନ  ରଦରଫୋର୍ଡ, ଶାହରୁଖ ଖାନ,  ରାହୁଲ ତେୱାତିଆ, ରସିଦ  ଖାନ, ଅର୍ସଦ ଖାନ, ଆର ସାଇ  କିଶୋର, କାଗିସୋ ରାବାଡା,  ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା । 

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା,  ର‌୍ୟାନ ରିକେଲଟନ, ୱିଲ ଜ୍ୟାକ୍ସ,  ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧୀର/ରବିନ ମିଞ୍ଜ, ମିଚେଲ  ସାଣ୍ଟନର, ଦୀପକ ଚହର,  ଟ୍ରେଣ୍ଟ ବୋଲ୍ଟ, ସତ୍ୟନାରାୟଣ  ରାଜୁ, ବିଘ୍ନେଶ ପୁଥୁର ।

୧୭ ବର୍ଷ ପରେ ମିଳିଲା ସଫଳତା, ସିଏସକେ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଆରସିବି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.