ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୧୭ ବର୍ଷ ପରେ ମିଳିଲା ସଫଳତା, ସିଏସକେ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଆରସିବି

Published By : Tapas Panda | March 28, 2025 11:27 PM

Image Courtesy: espncricinfo

ଚେନ୍ନାଇ: ଆଇପିଏଲର ୧୮ତମ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ସିଏସକେକୁ  ୫୦ ରନରେ ମାତ୍‌ ଦେଇ ସିଜିନରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରି, RCB ୨୦ ଓଭରରେ ୭ ୱିକେଟ୍ ହରାଇ  ୧୯୬ରନ୍ କରିଥିଲା । ଅଧିନାୟକ ରଜତ ପାଟିଦାର ୫୧ ରନ୍ କରିଥିଲେ, ସଲ୍ଟ ଏବଂ କୋହଲି ଯଥାକ୍ରମେ ୩୨ ଏବଂ ୩୧ ରନ୍ କରିଥିଲେ। ଜବାବରେ ସଏସକେ ୨୦ ଓଭରରେ ମାତ୍ର ୧୪୬ ରନ କରିପାରିଥିଲା ଏବଂ ୫୦ ରନରେ ମ୍ୟାଚ୍ ହାରିଯାଇଥିଲା । ୧୭ ବର୍ଷ ପରେ ଆରସିବି ଦଳ ସିଏସକେକୁ ତାର ନିଜ ଗ୍ରାଉଣ୍ଡରେ ପରାସ୍ତ କରିବାରେ ସଫଳ ହୋଇଛି।

ଆରସିବି ବିପକ୍ଷ ମ୍ୟାଚ୍‌ରେ, ସିଏସକେ ଦଳକୁ ୧୯୭ ରନ୍‌ର ଏକ ବଡ଼ ଟାର୍ଗେଟ ମିଳିଥିଲା । ଟାର୍ଗେଟ ପିଛା କରିବାକୁ ଆସିଥିବା ସିଏସକେ ରାହୁଲ ତ୍ରିପାଠୀ ଏବଂ ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ରୂପରେ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ୬ ଓଭର ଶେଷ ସୁଦ୍ଧା, ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମାତ୍ର ୩୦ ରନରେ ତିନୋଟି ୱିକେଟ ହରାଇଥିଲେ। ଏପରି ପରିସ୍ଥିତିରେ, ଏଠାରୁ ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ବହୁତ କଷ୍ଟକର ହୋଇପଡ଼ିଥିଲା। ୯୯ ରନ ସ୍କୋର ସୁଦ୍ଧା, ସିଏସକେ ୭ ୱିକେଟ ହରାଇ ନିଜର ପରାଜୟ ନିଶ୍ଚିତ କରିଥିଲା । 

ଏହା ପରେ, ୨୦ ଓଭରରେ ୮  ୱିକେଟ୍ ହରାଇ କେବଳ ୧୪୬ ରନ୍ କରିପାରିଥିଲା ସିଏସକେ । ରଚିନ ରବିନ୍ଦ୍ର ୪୧ ରନର ଇନିଂସ ଖେଳିଥିଲେ । ଏମଏସ ଧୋନୀ ୧୬ ବଲରେ ୩୦ ରନର ଅପରାଜିତ ଇନିଂସ ଖେଳିଥିଲେ । ଆରସିବି ପକ୍ଷରୁ ଜୋଶ ହାଜେଲଉଡ୍ ୩ଟି ୱିକେଟ୍ ନେଇଥିବା ବେଳେ ୟଶ ଦୟାଲ ଏବଂ ଲିଆମ୍ ଲିଭିଂଷ୍ଟୋନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଭୁବନେଶ୍ୱର କୁମାର ମଧ୍ୟ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.