ନୂଆଦିଲ୍ଲୀ, ୧୩।୨: ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧାର ସେକ୍ଟରରେ ଗୁଳିଚାଳନା । ବିନା କାରଣରେ ୧୦ରୁ ୧୫ ରାଉଣ୍ଡ ଗୁଳିଚାଳନା କରିଥିଲେ ପାକିସ୍ତାନୀ । ଗୁଳିଚାଳନାର ପ୍ରତିବାଦ କଲା ଭାରତ ।
ବୁଧବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧାର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନୀ ସେନା ବିନା କାରଣରେ ଗୁଳିଚାଳନା କରିବାରୁ 'ବହୁତ କ୍ଷତି' ହୋଇଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନୀମାନେ ପ୍ରାୟ ୧୦ ରୁ ୧୫ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପ୍ରଥମେ ଗୁଳିଚାଳନା କରିବା ପରେ ଯାହାର ପରବର୍ତ୍ତୀ ସମୟରେ ଜବାବ ଦେଇଛି ଭାରତୀୟ ସେନା । ତେବେ ପାକିସ୍ତାନର କେତେ କ୍ଷୟକ୍ଷତି ହୋଇଛି ଜଣାନପଡ଼ିଥିଲେ ବି ଶତ୍ରୁ ସେନା ଅନେକ କ୍ଷତି ସହିଛି ବୋଲି ଅଧିକାରୀମାନେ କହିଛନ୍ତି । ଜମ୍ମୁ ଜିଲ୍ଲାର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୨ ଜଣ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି ।