ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ; କାନାଡ଼ା ପୋଲିସ

ନୂଆଦିଲ୍ଲୀ,୧୫/୧୦: ଭାରତ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛି କାନାଡା ପୋଲିସ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ। ଭାରତ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛି କାନାଡା ପୋଲିସ। ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡାରେ ଆତଙ୍କ ବିସ୍ତାର କରିବା ପାଇଁ ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଥିବା ଆର୍‌ସିଏମ୍‌ପି ତଥା ରୟାଲ କନେଡିୟନ୍‌ ମାଉଣ୍ଟେଡ୍‌ ପୋଲିସ କରିଛି  ଅଭିଯୋଗ।

ତେବେ ମିଡିଆ ରିପୋର୍ଟ ଅନୁସାରେ ଆର୍‌ସିଏମ୍‌ପିର ଆସିଷ୍ଟାଣ୍ଟ କମିଶନର ବ୍ରିଗିଟ୍ ଗୌବିନ ଅଭିଯୋଗ କରିଛନ୍ତି,'ଆମେ ଦେଖିଛୁ ଯେ ସଂଗଠନ ଅପରାଧ ତତ୍ତ୍ୱର ବ୍ୟବହାର କରାଯାଉଛି । ଆଉ ଏଥିପାଇଁ ଏକ ବିଶେଷ ଗ୍ୟାଙ୍ଗ ଦାୟୀ। ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ଜଡିତ ଅଛି।'ସେ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ୨୦୨୩ଠାରୁ ବର୍ତ୍ତମାନ ସୁଦ୍ଧା ସେ ୧୩ ଜଣ ଲୋକଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବନୀ ଦେଇଛନ୍ତି। ହତ୍ୟା ମାମଲାରେ ପାଖାପାଖି ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଅତି କମରେ ୨୨ ଜଣଙ୍କୁ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି। ଏହି ଲୋକଙ୍କ ମଧ୍ୟରୁ କେତେକଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ ରହିଛି। ସେହିପରି ଅନ୍ୟପଟେ ଆରସିଏମ୍ପି କମିଶନର ମାଇକ ଦୁହିମ କହିଛନ୍ତି ଯେ, ଏହି ସପ୍ତାହରେ ଫେଡେରାଲ ପୋଲିସର ଡେପୁଟି କମିଶନର ମାର୍କ ଫ୍ଲିନି ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ। ହିଂସାବାଦୀ ଉଗ୍ରବାଦ ଉପରେ ଆଲୋଚନା କରିବା ସହ କାନାଡାରେ ଅପରାଧିକ ଗତିବିଧିରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ଥିବା ନେଇ ପ୍ରମାଣ ଉପସ୍ଥାପନ କରିବାକୁ ସେ ଚଷ୍ଟା କରିଥିଲେ। ତେବେ ତାଙ୍କର ଏହି ପ୍ରୟାସଗୁଡ଼ିକ ବୃଥା ଥିଲା ବୋଲି କହଛନ୍ତି । ସେପଟେ ଭାରତ କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏହାକୁ ଭିତ୍ତିହୀନ ବୋଲି କହିଛି। ଏଥିସହ ଏହାର ଜବାବରେ କଡ଼ା ପଦକ୍ଷେପ ନେବାକୁ ତା' ପାଖରେ ମଧ୍ୟ ଅଧିକାର ଥିବା ଭାରତ ଚେତାବନୀ ଦେଇଥିବା ସୂଚନା ମିଳିଛି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.