ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବାରବାଟୀ ଲଢ଼େଇ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭ରେ ଆସିବେ ଖେଳାଳି, ୮ରେ ଅଭ୍ୟାସ କରିବେ

Published By : Prameya | February 6, 2025 10:51 AM

ଭୁବନେଶ୍ୱର,୦୬/୦୨: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ୫୦ ପ୍ଲାଟୁନ୍‌  ପୁଲିସ୍‌ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ୍‌ କମିଶନର ଡ. ଏସ୍‌ ଦେବଦତ୍ତ ସିଂହ କହିଛନ୍ତି ।  

ଶ୍ରୀ ସିଂହ କହିଛନ୍ତି, ‘ଆସନ୍ତା ୭  ତାରିଖରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ସେମାନେ ବାରବାଟୀରେ ଅଭ୍ୟାସ୍‌ କରିବେ । ୯ ତାରିଖରେ ମ୍ୟାଚ୍‌ ଖେଳାଯିବ । ମ୍ୟାଚ୍‌ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଭିନ୍ନ  ସଂସ୍ଥା ସହିତ ଆଲୋଚନା କରାଯାଇଛି ।’ ଖେଳାଳିମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ରହଣି ସହିତ କଟକ ଯିବା ଆସିବା ଏବଂ ମ୍ୟାଚ୍‌ ସମୟରେ ଗହଳି ନିୟନ୍ତ୍ରଣ  ଉପରେ ଅଧିକ ଧ୍ୟାନ ଦିଆଯାଇଛି । ବାରବାଟୀ ଷ୍ଟାଡିୟମ କଡ଼ା ସୁରକ୍ଷା ବଳୟରେ ରହିବ।  

ଭାରତ - ଇଂଲଣ୍ଡ ଦିନିକିଆ ସିରିଜ: ନାଗପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍, ଭେଟେରାନ ମୁଖ୍ୟ ଆକର୍ଷଣ

ବିମାନବନ୍ଦରରୁ ହୋଟେଲ ଏବଂ ଷ୍ଟାଡିୟମକୁ ଯିବା ପଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବ । ଯଦି ଖେଳାଳିମାନେ ବାହାରକୁ ବୁଲାବୁଲି ପାଇଁ ଯିବେ, ତେବେ ସେଥିପାଇଁ ମଧ୍ୟ ବ୍ୟାପକ ପୁଲିସ ବନ୍ଦୋବସ୍ତ ହୋଇଛି । ପୂର୍ବରୁ ବାରବାଟୀରେ ପାଣି ବୋତଲ ମାଡ଼ କଳଙ୍କ ରହିଛି । ତେଣୁ ଚଳିବ ବର୍ଷ ଗ୍ୟାଲେରୀକୁ  ପାଣି ବୋତଲ ନେବାକୁ ଦର୍ଶକଙ୍କୁ ବାରଣ କରାଯାଇଛି ବୋଲି ପୁଲିସ୍‌ କମିଶନର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.