ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଦକ୍ଷିଣ ଆଫ୍ରିକାକୁ ୧୨୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

Published By : Prameya | November 10, 2024 9:36 PM

ନୂଆଦିଲ୍ଲୀ : ଆଜି ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ଖେଳା ଯାଉଛି। ଉଭୟ ଟିମ୍‌ ଗକେବରହାର ସେଣ୍ଟ ଜର୍ଜ ପାର୍କରେ ସାମ୍ନା ସାମ୍ନି ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରକାକୁ ୧୨୫ରନ୍‌ର  ବିଜୟ ଲକ୍ଷ୍ୟ ଦେଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୨୪ ରନ୍‌ କରିଛି। ୬ଷ୍ଠ ନମ୍ୱରରେ ଆସିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁଠୁ ଅଧିକ ରନ୍‌ କରିଛନ୍ତି। ସେ ୪୫ ଟି ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ଦ୍ୱାରା ଅପରାଜେୟ ୩୯ ରନ୍‌ର ଏକ ଇଂନିସ ଖେଳିଛନ୍ତି।

ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଟିମର ପ୍ରାରମ୍ଭିକ ଖରାପ ଥିଲା। ସଞ୍ଜୁ ସାସମନ ପ୍ରଥମ ଓଭରରେ ହିଁ ଶୂନ୍ୟରେ ବୋଲ୍ଡ ହୋଇଥିଲେ। ସେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ସେଞ୍ଚୁରୀ ମାରି ଥିଲେ। ଅଭିଷେକ ଶର୍ମା (୪) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୪)ଙ୍କର ବ୍ୟାଟ୍‌ ଚାଲି ପାରି ନଥିଲା। 

ତିଳକ ବର୍ମା ( ୨୦ ଟି ବଲରେ ୨୭) ଓ ଅକ୍ଷର ପଟେଲ୍‌ (୨୧ବଲରେ ୩୧) ୪ର୍ଥ ୱିକେଟ୍‌ ପାଇଁ ୩୦ ରନ୍‌ର ପାର୍ଟନରସିପ୍‌ କରିଥିଲେ। ତିଳକ ୮ମ ଓଭରରେ ପାଭେଲିୟନ ଫେରିଥିଲେ। ଅକ୍ଷର ୧୨ତମ ଓଭରରେ ରନ୍‌ ଆଉଟ୍‌ ହୋଇଥିଲେ। ଭାରତ ୫ମ ୱିକେଟ୍‌ ୭୦ ରନ୍‌ରେ ହରାଇଥିଲା। ରିଙ୍କୁ ସିଂହ (୧୧ ବଲରେ ୯) ମଧ୍ୟ ଧମାକା କରି ପାରି ନଥିଲେ। ଭାରତୀୟ ଟିମ୍‌ ଭୁଶୁଡ଼ି ଯିବା ପରେ ହାର୍ଦ୍ଦିକ ମଙ୍ଗ ସମ୍ଭାଳି ଥିଲେ ଏବଂ ଟିମ୍‌ର ସମ୍ମାନ ରଖିଥିଲେ। ସେ ଅର୍ଶଦୀର ସିଂହ ( ୬ବଲରେ ଅପରାଜେୟ)ଙ୍କ ସହ ୬ଷ୍ଠ ୱିକେଟ୍‌ ପାଇଁ ୩୭ ରନ୍‌ର ପାର୍ଟନରସିପ୍‌ କରି ଟିମ୍‌କୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ। ଆୟୋଜକ ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜାନସେନ ସ ଏଣ୍ଡିଲେ ସିମଲେନ , ଗେରାଲ୍ଡ କୋଏତଜି ,ନକାବାୟୋମଜି ପିଟର  ଅଧିନାୟକ ଏଡେନ ମାର୍କରାମ ୧-୧ ୱିକେଟ୍ ନେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.