ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଆଜି ତୃତୀୟ ଟି-ଟ୍ୱେଣ୍ଟି : ପେସ୍‌ ବୋଲରଙ୍କ ଗଡ଼ରେ ହାଇ ସ୍କୋରିଂ ପିଚ୍‌

Published By : Prameya | November 13, 2024 8:47 AM

ସେଞ୍ଚୁରୀୟନ, ୧୩/୧୧ : ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ଉଭୟ ଦଳ ଇତି ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସାରିଥିବାରୁ ଏହି ମ୍ୟାଚ୍‌କୁ ନେଇ ଉତ୍ସାହ ବଢି ଯାଇଛି । ଆଗକୁ ଆଉ ୨ଟି ମ୍ୟାଚ୍‌ ବାକି ରହିଛି । ବର୍ତ୍ତମାନ ଅଗ୍ରଣୀ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଥିବାବେଳେ ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ଫୋକସ୍‌ରେ ରହିଛି । ଡର୍ବାନରେ ଭାରତ ବିଜୟୀ ହୋଇଥିଲା । ସଞ୍ଜୁ ସାମସନ ଶତକ ଅର୍ଜନ କରିଥିଲେ ଓ ଭାରତ ୨୦୨ ରନ୍‌ର ପାହାଡ଼ ଛିଡ଼ା କରିଥିଲା । ମାତ୍ର ପୋର୍ଟ ଏଲିଜାବେଥ୍‌ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଘାତକ ବୋଲିଂ କରି ମ୍ୟାଚ୍‌କୁ ଫେରିଥିଲା । 

ଘରୋଇ ଦଳର ପେସ୍‌ ବାହିନୀ ଆଗରେ ଭାରତୀୟ ବିଭାଗ ତୁଚ୍ଛ ମନେ ହୋଇଥିଲା । ସେଞ୍ଚୁରୀୟନ୍‌ ପିଚ୍‌ ମଧ୍ୟ ପେସ୍‌ ବୋଲରଙ୍କୁ ସହାୟତା କରିବ । ଏଠାରେ ଅପେକ୍ଷାକୃତ ଅଧିକ ବାଉନ୍ସ ହେବା ସହ ବଲ୍‌ ଯଥେଷ୍ଟ ସୁଇଂ କରିବ । ସମୁଦ୍ର ପତନ ଠାରୁ ଗ୍ରାଉଣ୍ଡ ଢେର ଉଚ୍ଚରେ ରହିଥିବାରୁ ଏଠାରେ ବିଶାଳ ସଟ୍‌ ଖେଳିବା ମଧ୍ୟ ସହଜ ହେବ । କ୍ରିଜ୍‌ରେ ଜମିଲେ ବିଶାଳ ସ୍କୋର ସଂଗୃହୀତ ହୋଇପାରିବ । ଶେଷ ୨ଟି ଯାକ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ । ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ଘରୋଇ ଦଳର ମନୋବଳ ଦ୍ୱିଗୁଣା ହୋଇଛି । ଭାରତର ଯୁବ ବାହିନୀ ମଧ୍ୟ ପୂର୍ବ ମ୍ୟାଚ୍‌ର ତ୍ରୁଟି ସୁଧାରି ନେଇଛି । କେବଳ ଓପନର ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି । ଦଳରେ ତୃତୀୟ ଓପନର ନଥିବାରୁ ଅଭିଷେକ ଆଜି ଖେଳିବା ନିଶ୍ଚିତ । ଦକ୍ଷିଣ ଆଫ୍ରିକାର ଭେଟେରାନ ବ୍ୟାଟର ଡେଭିଡ୍‌ ମିଲର ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ଉଭୟ ଦଳ ଆସନ୍ତା କାଲି ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଶେଷ ୨ଟି ମ୍ୟାଚ୍‌ ପାଇଁ ଡାକରା ପାଇଥିବା ପେସ୍‌ ବୋଲର ଲୁଥୋ ସିମ୍ପାଲା ଆଜି ଦକ୍ଷିଣ ଆଫ୍ରିକା ଏକାଦଶରେ ସ୍ଥାନ ପାଇବେ । ଭାରତ ମଧ୍ୟ ଯୁବ ଅଲ୍‌ରାଉଣ୍ଡର ରମଣଦୀପ ସିଂହଙ୍କୁ ଖେଳାଇବାକୁ ଯୋଜନା କରୁଛି ।

ଆଜି ଭାରତୀୟ ସ୍ପିନରଙ୍କ ଉପରେ ନଜର ରହିବ । ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ୧୬ ଓଭର ବୋଲିଂ କରି ୧୨ଟି ୱିକେଟ୍‌ ନେଇ ସାରିଛନ୍ତି । 

-: ସମ୍ଭାବ୍ୟ ଦଳ :-

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ର‌୍ୟାନ ରିକେଲଟନ, ଆଡେନ ମାରକ୍ରମ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ମାର୍କୋ ଜାନସେନ, ଗେରାଲ୍ଡ କୋଏଜି, ଆଣ୍ଡିଲ ସିମେଲେନ/ଲୁଥୋ ସିମ୍ପାଲା, ନକାବ୍ୟୋମଜି ପିଟର, କେଶବ ମହାରାଜ । 

ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରମଣଦୀପ ସିଂହ/ଅଭେଶ ଖାନ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.