ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଏଲିଅନର ସନ୍ଧାନରେ ନାସାର ମହାକାଶ ଯାନ, ବୃହସ୍ପତିର ଚନ୍ଦ୍ରରେ ପହଁଞ୍ଚିବାକୁ ଲାଗିବ ସାଢେ ୫ ବର୍ଷ

ନୂଆଦିଲ୍ଲୀ,୧୫।୧୦: କ’ଣ ପୃଥିବୀ ବାହାରେ କୌଣସି ଗ୍ରହରେ ରହିଛି ଜୀବନ। ଏଲିଅନ୍‌ଙ୍କ ଅସ୍ତିତ୍ବ ଅଛ କି ? ଏଭଳି ପ୍ରଶ୍ନ ଲଗାତାର ଉଠିବାରେ ଲାଗିଛି। ଏହାକୁ ନେଇ ମଙ୍ଗଳ ଗ୍ରହରେ ବୈଜ୍ଞାନିକଙ୍କ ରିସର୍ଚ୍ଚ ଜାରି ରହିଛି। ଏହା ଭିତରେ ନାସା ଏଲିଅନ୍‌ଙ୍କ ସନ୍ଧାନରେ ଏକ ନୂଆ ମିଶନ୍‌ ବୃହସ୍ପତି ଗ୍ରହର ଚନ୍ଦ୍ର ୟୁରୋପାରେ ଲଞ୍ଚ କରିଛି। ’ୟୁରୋପା’ରେ ଥିବା ବିଶାଳ ମହାସାଗରରେ ଜୀବନ ପାଇଁ ଉପଯୁକ୍ତ ସ୍ଥିତିକୁ ଖୋଜିବା ପାଇଁ ନାସାର ଏକ ମହାକାଶ ଯାନ ବାହାରି ସାରିଛି। ’ୟୁରୋପା କ୍ଲିପର’ ଏଠାରେ ଏଲିଅନ୍‌ଙ୍କ ସନ୍ଧାନ ବୃହସ୍ପତି ପର୍ଯ୍ୟନ୍ତ ପହଁଞ୍ଚିବାରେ ସାଢେ ୫ ବର୍ଷ ଲାଗିବ। ଆସନ୍ତୁ ଜାଣି ମିଶନ୍ ୟୁରୋପା ଓ କିଭଳି ହେବ ଏଲିଅନଙ୍କ ସନ୍ଧାନ ?

ନାସାର ମହାକାଶ ଯାନ ‘ୟୁରୋପା କ୍ଲିପର’ ଗ୍ୟାସର ବିଶାଳ ଗ୍ରହ ବୃହସ୍ପତିର ଚାରିପଟେ ଓ କକ୍ଷ ପଥରେ ପ୍ରବେଶ କରିବ। ଅନେକ ବିକିରଣ ଯୁକ୍ତ କିରଣ ଦେଇ ୟୁରୋପା ନିକଟରେ ପହଁଞ୍ଚିବ। ବୈଜ୍ଞାନିକଙ୍କୁ ବିଶ୍ବାସ ରହିଛି ୟୁରୋପା ବରଫର ଆସ୍ତରଣ ତଳେ ଏକ ଗଭୀର ମହାସାଗର ରହିଛି, ସେଠାରେ ପାଣି ଓ ଜୀବନ ରହିପାରେ। ‘ସ୍ପେସ୍‌ଏକ୍ସ’ ଏଭଳି ଏକ ଯାନକୁ ଛାଡିକି, ଯାହାକି ୧୮ ଲକ୍ଷ ମାଇଲ୍‌ ଯାତ୍ରା କରିବ। ଏହି ଯାନକୁ ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଛି। ଏହି ମିଶନ୍‌ରେ ୫.୨ ବିଲିୟନ ଡଲାର ଖର୍ଚ୍ଚ ହେବାର ଅଛି। ଏହି ରକେଟ ୨୦୩୦ ପର୍ଯ୍ୟନ୍ତ ୟୁରୋପାରେ ପହଁଞ୍ଚିବ। ମିଶନ୍‌ ସମୟରେ ଏହା ୟୁରୋପାର ପୃଷ୍ଠର ୧୬ ମାଇଲ ଭିତରେ ପହଁଞ୍ଚିବ। ସ୍ପେସ୍‌କ୍ରାଫ୍ଟରେ ଲ୍ୟାଣ୍ଡ କରିବନି, ବଂର ଚାରି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳରେ ଏହା ୫୦ ଥର ଏହାର ପାଖ ଦେଇ ଗତି କରିବ।

ୟୁରୋପାରେ ଜୀବନର ସମ୍ଭାବନା ସନ୍ଧାନରେ ଯାଇଥିବା ସ୍ପେସ୍‌କ୍ରାଫ୍ଟରେ ବହୁ ଇକ୍ବିପମେଣ୍ଟ ରହିଛି। ଏଥିରେ ସ୍ପେକ୍ଟାମିଟର ଲାଗିଛି,ଯାହାକି ୟୁରୋପା ପୃଷ୍ଠର କମ୍ପୋଜିସନ୍‌କୁ ମାପିବ। ଏଥିରେ ଏକ ଥର୍ମାଲ କ୍ୟାମେରା ମଧ୍ୟ ଲାଗିଛି, ଯାହାକି ସେଠାରେ ଥିବା ଆକ୍ଟିଭିଟିଜ୍‌ର ହଟ୍‌ସ୍ପଷ୍ଟକୁ ଖୋଜିବ। ଏହା ୟୁରୋପାର ମ୍ୟାଗ୍ନେଟିକ୍ ଫିଲ୍ଡ ଓ ଗ୍ରାଭିଟି ବିଷୟରେ ଜାଣିବାକୁ ଚେଷ୍ଟା କରିବ। ଏଥିରେ ବରଫର ଚଟାଣର ଚଉଡା ଓ ଗଭୀରତା ବିଷୟରେ ଜାଣିବ। ଯଦି ମିଶନ୍ ୟୁରୋପା ବେଳେ ସେଠାରେ ଜୀବନକୁ ସର୍ପୋଟ କରୁଥିବା ଜିନିଷ ବିଷୟରେ ଜଣାପଡେ ତେବେ ଭବିଷ୍ୟତରେ ଏହା ବିଷୟରେ ଆହୁରୀ ଗହନ ଭାବରେ ରିସର୍ଚ୍ଚ ହେବ। ଏଥିପାଇଁ ଆଡଭାନ୍ସ ମିଶନ୍ ଲଞ୍ଚ କରାଯିବ। ୟୁରୋପା କ୍ଲିପର ନାସା ଦ୍ବାରା ଲଞ୍ଚ କରାଯାଇଥିବା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ମିଶନ୍‌। ଏହା କୌଣସି ଏସ୍‌ୟୁଭିର ଆକାରର ରହିଛି। ସେଭଳି ଏଥିରେ ୧୦୦ ଫୁଟ୍‌ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି, ଯାହାକି ବାସ୍କେଟବଲ୍‌ କୋର୍ଟଠାରୁ ବଡ। ସ୍ପେସ୍‌କ୍ରାଫ୍ଟର ଇଲୋକ୍ଟେ୍ରାନିକ୍ସରେ ଆଲୁମିନିୟମ୍ ଜିଙ୍କର ଭୋଲ୍ଟ ରଖାଯାଇଛି,ଯାହାକି ବୃହସ୍ପତିର ବିପଦଜନକ ରେଡିଏସନ୍‌ରୁ ରକ୍ଷା କରିବ।

ତେବେ ଆସନ୍ତୁ ଜାଣିବା ୟୁରୋପା କ’ଣ ? ବୈଜ୍ଞାନିକଙ୍କ ମତରେ ୟୁରେପା  ହେଉଛି  ବୃହସ୍ପତିର ଚନ୍ଦ୍ର। ସେଠାରେ ୧୦ ରୁ ୨୦ ମାଇଲ୍ ମୋଟା ବରଫର ମହାସାଗର ରହିଛି। ପୃଥିବୀରେ ସବୁ ସମୁଦ୍ରକୁ ମିଶାଇ ଯେତିକି ପାଣି ରହିଛି, ତାଠାରୁ ଦୁଇଗୁଣା ପାଣି ୟୁରୋପାରେ ରହିଛି। ୟୁରୋପାରେ ଜ୍ବାଳାମୁଖୀ ଫାଟିବାର ଅନୁମାନ ରହିଛି ଓ ଏହି କଥା ବୈଜ୍ଞାନିକଙ୍କୁ ସେଠାରେ ଜୀବନ ଥିବାର ଆଶାକୁ ବଢାଇଛି। ‘ୟୁରୋପା କ୍ଲିପର’ ମହାକାଶ ଯାନକୁ ଜୀବନର ସନ୍ଧାନ ପାଇଁ ଡିଜାଇନ କରାଯାଇ ନାହିଁ। ଏହାର ଉଦେଶ୍ୟ ଜୁପିଟରର ଚନ୍ଦ୍ରମାରେ ଥିବା କେମିକାଲ କମ୍ପୋଜିସନ୍, ଜିଓଲୋଜିକାଲ ଆକ୍ଟିଭିଟି, ଗ୍ରାଭିଟି, ମ୍ୟାଗ୍ନେସିୟମ୍‌ ଓ ଅନ୍ୟ ଜିନିଷ ବିଷୟରେ ସୂଚନା ଏକାଠି କରିବା। ଏଥିରୁ ଜଣାପଡିଛି ଯେ, କ’ଣ ୟୁରୋପାରେ ଜୀବନକୁ ସପୋର୍ଟ କଲା ଭଳି ସ୍ଥିତି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.