ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫/୧୦: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ ଓ ଦକ୍ଷିଣ  ପୂର୍ବ ଦିଗରେ ଗତି କରିବ । ମଙ୍ଗଳବାର ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ(ୱେଲ ମାର୍କଡ୍‌)ରେ ପରିଣତ ହେବ । ସେହିଭଳି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ  ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ରହିବନି ।  ୧୮ରୁ ୨୦ ତାରିଖ ଭିତରେ ରାଜ୍ୟର  ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୧୮ରୁ ୨୦ ତାରିଖ ଭିତରେ  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ରାୟଗଡ଼ା, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜ ଓ  କେନ୍ଦୁଝରରେ ଘଡ଼ଘଡ଼ି ସହିତ  ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ,  ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ,  କେନ୍ଦୁଝର ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ସମ୍ଭାବନା ଅଛି । 

ରବିବାର ବଲାଙ୍ଗୀର, କନ୍ଧମାଳ ଓ ନୂଆପଡ଼ା  ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ପ୍ରତ୍ୟାହାର ହୋଇଛି । ଆସନ୍ତା ଦୁଇ  ଦିନରେ ପୂରା ରାଜ୍ୟରୁ ମୌସୁମୀ ବାୟୁ ଫେରିବା  ପାଇଁ ପାଗ ଅନୁକୂଳ ଅଛି ବୋଲି ଆଞ୍ଚଳିକ ପାଣିପାଗ  ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି  ଆକଳନ କରିଛନ୍ତି । 

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା ।  ଜଗତସିଂହପୁରରେ ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ  ହୋଇଛି । ପାରଳାଖେମୁଣ୍ଡିରେ ୩୫.୮, ବୌଦ୍ଧ ଓ  ବରଗଡ଼ରେ ୩୫.୫ ଓ ଅନୁଗୁଳରେ ୩୫.୧ଡିଗ୍ରୀ  ତାତି ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ  ୩୪.୭ ଡିଗ୍ରୀ ତାତି ଅନୁଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.