ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌

ଭୁବନେଶ୍ୱର,୧୪/୧୦: ଭୁବନେଶ୍ୱରରେ ଭାସାଣି ପାଇଁ ଟ୍ରାଫିକ କଟକଣା ଜାରୀ କରିଛି କମିଶନରେଟ ପୋଲିସ । ଅପରାହ୍ନ ୩ ଟାରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ରହିବ । ଭୁବନେଶ୍ୱରରେ ଚାରୋଟି ସ୍ଥାନରେ ହେବ ଭାସାଣି କାର୍ଯ୍ୟକ୍ରମ । ସହିଦନଗର ଭସାଣ କାର୍ଯ୍ୟକ୍ରମ ପାଇଁ ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ରହିବ ।

ଉତ୍ତର ଭୁବନେଶ୍ବର ଭସାଣୀ କମିଟି ଚନ୍ଦ୍ରଶେଖରପୁରରେ ଭସାଣି ଯାତ୍ରା ଚାଲୁଥିବା ସମୟରେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ । ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି, ନୟାପଲ୍ଲୀରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ସିଆରପି ଛକ ଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ।  

ଏହି ଭସାଣୀ ଯାତ୍ରା ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା, ୟୁନିଟ-୮ ରାସ୍ତା, ଓ.ୟୁ.ଏ.ଟି. ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡିକୁ ଆବଶ୍ୟକ ଅନୁଯାଇ ଡାଇଭରସନ କରାଯିବ । ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନବାହନ ଗୁଡିକ ଫାୟାର ଷ୍ଟେସନ୍‌ ଛକ ଠାରୁ ଫ୍ଲାଏ ଓଭାର ବ୍ରିଜ ଦେଇ ଯାଇପାରିବେ ।  ସେମାନଙ୍କୁ ସର୍ଭିସ ରୋଡରେ ଯିବାକୁ ଦିଆଯିବ ନାହିଁ । ଏହି କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ,  ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ । ସେପଟେ ମା'ଙ୍କୁ ବିସର୍ଜନ ପାଇଁ ରାଜଧାନୀରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇମନ୍ଦିର ଆଦି ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଏହା ସହ ସବୁ ସ୍ଥାନମାନଙ୍କରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.