ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦଶହରାରେ ଯାତ୍ରୀଙ୍କୁ ଲୁଟୁଛନ୍ତି ଅଟୋ ଚାଳକ, ସିଟି ବସ୍ ବନ୍ଦର ଉଠାଉଛନ୍ତି ଫାଇଦା

Published By : Rasmita Pradhan | October 12, 2024 11:50 AM

ଭୁବନେଶ୍ୱର,୧୨/୧୦ : ରେଳଷ୍ଟେସନରୁ ବାଣୀବିହାର ମାତ୍ର ୫ କିମି ରାସ୍ତା । ଅଟୋରେ ରିଜର୍ଭ କଲେ ୫୦୦ ଟଙ୍କାରୁ କମ୍ ନେଉନାହାନ୍ତି ଅଟୋ ଚାଳକ । ରସୁଲଗଡ଼ରୁ ଲକ୍ଷ୍ମୀସାଗର ମଧ୍ୟ ସମାନ ଦୂରତା। କଟକ ରୋଡରେ ଏତିକି ବାଟ ଗଲେ ଅଟୋ ଭଡ଼ା ୭୦୦ ଟଙ୍କା । ଦୁର୍ଗାପୂଜା ଭିଡ଼ରେ ରାଜଧାନୀରେ ଯାତ୍ରୀଙ୍କୁ ଏମିତି ଲୁଟୁଛନ୍ତି ଅଟୋ ଚାଳକ । ଅପରାହ୍ଣ ୨ଟାରୁ ସିଟି ବସ ବନ୍ଦ ହେବା ପରେ ଅଟୋଚାଳକଙ୍କ କଚେ ପୁଅ ବାର୍‌ । ସିଟି ବସ୍ ନାହିଁ, ରାସ୍ତାରେ ଟ୍ରାଫିକ୍‌ ଭିଡ଼ର ବାହାନା ଦେଖାଇ ମନଇଚ୍ଛା ଦର କଷୁଛନ୍ତି। ଏମାନଙ୍କ ଆକାଶଛୁଆଁ ଦର ଦେଖି ଯାତ୍ରୀମାନେ ଚାଲିକି ଯିବାକୁ ପସନ୍ଦ କରୁଛନ୍ତି । 

କମିଶନରେଟ ପୁଲିସ୍‌ ଦୁର୍ଗାପୂଜା ପାଇଁ ସହର ଭିତରକୁ ଭାରୀଯାନ ନିଷେଧ କରିଛି । ଭାରୀଯାନ ବର୍ଗରେ ‘ସିଟି ବସ୍‌’ ଯାଉଥିବାରୁ ସକାଳୁ ଅପରାହ୍ଣ ୨ଟା ଯାଏଁ ସିଟି ବସ୍‌ ଗଡୁଛି । ତା’ ପରଠୁ ସିଟି ବସ ସେବା ବନ୍ଦ । ଏମିତିକି ଏନ୍‌ଏଚ୍‌ ୧୬ରେ ଖଣ୍ଡଗିରିଠାରୁ ରସୁଲଗଡ଼ ଯାଏଁ ବି ସିଟି ବସ ଯାତାୟତ କରୁନି । ଯାହାର ଫାଇଦା ଉଠାଉଛନ୍ତି ଅଟୋ ଚାଳକ । ଲାଇନ୍‌ ଅଟୋଚାଳକମାନେ ୧୦ ଟଙ୍କା ବଦଳରେ ୧୫ ଟଙ୍କା ନେଉଛନ୍ତି । କେହି ରିଜର୍ଭ ପାଇଁ କହିଲେ ତ, କଥା ସରିଲା । ଯାହା ପାଟିକୁ ଆସିଲା, ସେଭଳି ଦର କଷୁଛନ୍ତି । ପ୍ରତିଦିନ କର୍ମସ୍ଥଳକୁ ଯାଉଥିବା ଲୋକେ ସବୁଠାରୁ ବେଶୀ ହଇରାଣ ହେଉଛନ୍ତି । ସନ୍ଧ୍ୟାରେ ଦଶହରା ପେଣ୍ଡାଲ ବୁଲିବାକୁ ବାହାରିଥିବା ଭକ୍ତ ମଧ୍ୟ ଢ଼େର୍‌ ଖର୍ଚ୍ଚାନ୍ତ ହେଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.