ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ

ଭୁବନେଶ୍ୱର, ୧୩/୧୦: ଆଉ କିଛି ଦିନ ପରେ ଆରମ୍ଭ ହେବ କାର୍ତ୍ତିକ ମାସ । ଏନେଇ ବହୁ ସଂଖ୍ୟାରେ ପଞ୍ଜିକରଣକ ମଧ୍ୟ କରାଯାଇଛି । ତେବେ ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ହବିଷ୍ୟାଳିଙ୍କୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ସମସ୍ତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ହବିଷ୍ୟାଳିଙ୍କର ଯେପରି କୌଣସି ଅସୁବିଧା ନହୁଏ , ସେଥିପାଇଁ ଏହାର ଦାୟିତ୍ୱ ସରକାର ନେଇଛନ୍ତି । ଯଦି କାହାର କୌଣସି ସମସ୍ୟା ହୁଏ, ତେବେ ତାହା ଯଥା ସମ୍ଭବ ସମାଧାନ କରାଯିବ । 

ସେହିପରି ଆଇନ ମନ୍ତ୍ରୀ କହିଛନ୍ତି କାର୍ତ୍ତିକ ମାସ ପରେ ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ ଆରମ୍ଭ ହେବ । ସାତ ପାହାଚ ଦେଇ ମନ୍ଦିର ଭିତରକୁ ଯିବେ ଭକ୍ତ । ଦର୍ଶନ ପରେ ଘଣ୍ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ଯୋଜନା କରାଯାଉଥିବା ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.