ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩/୧୦: ରାଜଧାନୀର ୭ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଲା ଅନୁମତି । ଭୁବନେଶ୍ୱରର ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, କିଟ୍‌ ରୋଡ଼, ଇନଫୋ ଭ୍ୟାଲି ଥାନା ଗୋପାଳପୁରରେ ହେବ ରାବଣପୋଡ଼ି । ପ୍ରଶାସନର ସମସ୍ତ ନିୟମ ମାନି ରାବଣ ପୋଡି କରିବାକୁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ରାବଣ ପୋଡ଼ି ହେବା ସମୟରେ ୧୦୦ ମିଟର ଦୂରରୁ ରହି ଦେଖିବାକୁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏ ଅଗ୍ନିଶମ ଗାଡ଼ି ସହ ଟିମ୍‌ ନିୟୋଜିତ ରହିବେ । ଏହା ସହ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଏବଂ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.