ପ୍ରମୂଖ ଖବର
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା

Published By : Prameya | July 14, 2025 8:44 AM

ଭୁବନେଶ୍ୱର,୧୪/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସର ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ସନ୍ଧ୍ୟାରେ ଭୁବନେଶ୍ୱର  ବିମାନବନ୍ଦରରୁ ଏମ୍ସ ଯାଏଁ କାରକେଡ୍‌ ରିହର୍ସାଲ କରାଯାଇଛି ।  ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ  କରାଯିବ । ଭୁବନେଶ୍ୱର ଏମ୍ସ ପରିସର ସମେତ, କଟକ  ରେଭେନ୍ସା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିୟମରେ ତନ୍ନତନ୍ନ କରି ସୁରକ୍ଷା ଯାଞ୍ଚ କରାଯାଇଛି ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ୱରରେ  ଟ୍ରାଫିକ୍‌ କଟକଣା ଜାରି ହୋଇଛି । ସୋମବାର ଓ ମଙ୍ଗଳବାର  ସନ୍ଧ୍ୟାରେ କୌଣସି ଭାରୀଯାନ ଭୁବନେଶ୍ୱର ଭିତରକୁ  ପଶିପାରିବନି ବୋଲି କମିଶନରେଟ୍‌ ପୁଲିସ ସୂଚାଇଛି । ଖୋର୍ଦ୍ଧା  ପଟୁ ଆସୁଥିବା ଭାରୀଯାନଗୁଡିକ ପିତାପଲ୍ଲୀ ଛକରୁ ଚନ୍ଦକା  ଦେଇ କଟକ ଛୁଇଁବ । କଟକ ପଟୁ ଆସୁଥିବା ଭାରୀଯାନ  ବାଲିକୁଦା ଛକରୁ ଚନ୍ଦକା ଦେଇ ପିତାପଲ୍ଲୀରେ ବାହାରିବ ।  

ସୋମବାର ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଭାରତୀୟ  ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବିମାନବନ୍ଦରରେ  ଓହ୍ଲାଇବା ପରେ ସିଧା ଏମ୍‌ସକୁ ଯିବେ । ଏୟାରପୋର୍ଟ ଛକରୁ  କାରକେଡ୍‌ଟି କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ  ଛକ, ପାୱାର ହାଉସ ଛକ, ଶାସ୍ତ୍ରୀନଗର ଛକ, ବେହେରା  ସାହି ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ଜୟଦେବବିହାରରେ  ପହଞ୍ଚିବ । ସେଠାରୁ ଏନ୍‌ଏଚ୍‌ ୧୬ ଦେଇ ରାଷ୍ଟ୍ରପତିଙ୍କ କାରକେଡ୍‌  ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ରେ ଓହ୍ଲାଇ କସ୍‌ମୋପଲିସ୍‌ ଛକ,  ଏମ୍‌ସ ଅଣ୍ଡରପାସ୍‌ ଦେଇ ଏମ୍‌ସ ହସ୍ପିଟାଲରେ ପହଞ୍ଚିବ । ସନ୍ଧ୍ୟା  ୫ଟାରୁ ୧୦ ମିନିଟ୍‌ରୁ ୫ଟା ୫୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ  କରାଯିବ ।

ଏମ୍‌ସରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ  ରାଷ୍ଟ୍ରପତି ରାଜଭବନକୁ ଯାଇ ରାତ୍ରୀଯାପନ କରିବେ । ଏଥିପାଇଁ  ଏମ୍ସ ହସ୍ପିଟାଲରୁ କାରକେଡ୍‌ ବାହାରି ଆଇଗିଣିଆ ଅଣ୍ଡରପାସ  ଦେଇ କସ୍‌ମୋପଲିସ୍‌ ଛକରେ ଏନ୍‌ଏଚ୍‌-୧୬କୁ ଉଠି କ୍ରାଉନ୍‌  ହୋଟେଲର ସର୍ଭିସ ରୋଡ ଦେଇ ନିୟୁ ପାଲହାଇଟ୍‌ କଟ୍‌ ଦେଇ  ୟୁ-ଟର୍ଣ୍ଣ ନେବ । ଏହାପରେ ରାଷ୍ଟ୍ରପତି ଜୟଦେବ ବିହାର ଛକ,  ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ପାୱାର ହାଉସ୍‌ ଛକ  ଦେଇ ରାଜଭବନକୁ ଯିବେ । ଏଥିପାଇଁ ସନ୍ଧ୍ୟା ସାଢ଼େ ୬ଟାରୁ ସନ୍ଧ୍ୟା  ୭ଟା ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବାକୁ ପୁଲିସ ନିଷ୍ପତ୍ତି ନେଇଛି ।  

ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରାଜଭବନରୁ  ରାଷ୍ଟ୍ରପତି ବାହାରି ପାୱାରହାଉସ୍‌ ଛକ, ଶାସ୍ତ୍ରୀନଗର ଛକ,  ବେହେରା ସାହି ଛକ, ଜୟଦେବବିହାର ଛକରୁ ବାମ ମୋଡ଼  ଦେଇ ନୂଆପଲ୍ଲୀ ଅଣ୍ଡରପାସରୁ ୟୁ-ଟର୍ଣ୍ଣ ନେଇ ଏନ୍‌ଏଚ୍‌-୧୬କୁ ଛୁଇଁ କଟକ ଲିଙ୍କ ରୋଡରେ ପହଞ୍ଚିବେ । ସକାଳ ସାଢ଼େ  ୯ଟାରୁ ରାଷ୍ଟ୍ରପତିଙ୍କ ଯିବା ଯାଏଁ ଏହି ରାସ୍ତାକୁ ବନ୍ଦ ରଖାଯିବ ।  ଅପରାହ୍ଣ ୪ଟା ୫୦ ମିନିଟ୍‌ରେ ରାଷ୍ଟ୍ରପତି କଟକ ଇଣ୍ଡୋର  ଷ୍ଟାଡିୟମରୁ ବାହାରି ଏନ୍‌ଏଚ୍‌-୧୬ରେ ଜୟଦେବ ବିହାରରେ  ପହଞ୍ଚି ଭୁବନେଶ୍ୱର ବିମାନବନ୍ଦରକୁ ଯିବେ । ଏଥିପାଇଁ ସନ୍ଧ୍ୟା ୬ଟା ୧୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.