ନୂଆଦିଲ୍ଲୀ,୬।୪: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସିଜିନ୍ରେ ଏଲନିନୋର ସମ୍ଭାବନାକୁ ଖାରଜ କରିଛି। ଏହା ପ୍ରଶାନ୍ତ ମହାସାଗର ଗରମ ହେବା କାରଣରୁ ଉତ୍ପନ ହୋଇଥାଏ। ଏହା ସାଧାରଣତଃ ଭାରତରେ ମୌସୁମୀ ବେଳେ ବର୍ଷା ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ବର୍ଷାର ଗତି ଧିମା ପଡି ଯାଇଥାଏ।
ଗତ ସୋମବାର ଏକ ପ୍ରେସ ବ୍ରିଫିଙ୍ଗ ରେ ଆଇଏମ୍ଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜଳବାୟୁ ପୂର୍ବାନୁମାନ ଓ ଅନ୍ତର୍ଜାତୀୟ ପୂର୍ବାନୁମାନ ଆଧାରରେ ଆମେ ମୌସୁମୀ ପାଇଁ ଏଲନିନୋର ସମ୍ଭାବାନାକୁ ଏଡାଉଛୁ। ଆମକୁ ଚଳିତ ବର୍ଷ ନ୍ୟୁଟ୍ରାଏ ଏଲ୍ନିନୋ ପରିସ୍ଥିତି ଦେଖିବାକୁ ମିଳିପାରେ।’
ଉଲ୍ଲେଖନୀୟ ଯେ, ୨୦୨୩ ରେ ଏଲ୍ନିନୋ ଖୁବ୍ ସମସ୍ୟା ସୃଷ୍ଟି କରିଥିଲା। ଏହି କାରଣରୁ ମୌସୁମୀ ସିଜିନରେ ୬୦% କମ୍ ବର୍ଷା ହୋଇଥିଲା। ସେଭଳି ଗତ ବର୍ଷ ୮% ଅତିରିକ୍ତ ବର୍ଷା ହୋଇଥିଲା। ଏଲ୍ନିନୋରର ଅର୍ଥ ହେଉଛି କେନ୍ଦ୍ରୀୟ ପ୍ରଶାନ ମହାସାଗରରେ ତାପମାତ୍ରା ୦.୫ ରୁ ୧ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ। ସେଭଳି ‘ନ୍ୟୁଟ୍ରଲ’ର ଅର୍ଥ ହେଉଛି ତାପମାତ୍ରାରେ କୌଣସି ଖାସ୍ ବୃଦ୍ଧି ହୋଇନଥାଏ। ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଭାରତରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇସାରିଛି। ଆଇଏମ୍ଡି ପ୍ରତି ବର୍ଷ ଅପ୍ରେଲରେ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିଛି। ଏହାପରେ ସମୟ ସମୟରେ ପୂର୍ବାନୁମାନ ମଧ୍ୟ ଦିଆଯାଏ। ଆଇଏମ୍ଡି ପ୍ରତିବର୍ଷ ଅପ୍ରେଲରେ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିଥାଏ। ଏହାପରେ ସମୟ ସମୟରେ ପୂର୍ବାନୁମାନ ମଧ୍ୟ ଦିଆଯାଏ। ଚଳିତ ବର୍ଷ ଦେଶରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିବ। ଅପ୍ରେଲରୁ ଜୁନ୍ ଭିତରେ ଭାରତରେ ହାରାହାରି ୪ ରୁ ୭ ହିଟଓ୍ବେଭ୍ ଦିନ ରହିଥାଏ। ଯେଉଁଥିରେ ୪୫ ଡିଗ୍ରୀ ସେଲସିୟସ୍ରୁ ଉପରକୁ ତାମପାତ୍ରା ରହିଥାଏ। ତେବେ ଏଥର ପୂର୍ବ ଭାରତରେ ୧୦ ଟି ହିଟଓ୍ବେଭ୍ ଦିନ ଦେଖିବାକୁ ମିଳିପାରେ।’