ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଇସିସି ଦିନିକିଆ ମାନ୍ୟତା: ବ୍ୟାଟିଂରେ ଦ୍ୱିତୀୟକୁ ଉଠିଲେ ଶୁଭମନ ଗିଲ, ଶ୍ରେଷ୍ଠ ୧୦ରେ ୪ ଭାରତୀୟ ବ୍ୟାଟର

Published By : Prameya | February 13, 2025 9:02 AM

ଦୁବାଇ,୧୩/୦୨: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ଆଧିପତ୍ୟ ଜାରି ରହିଛି । ପ୍ରଥମ ୨ଟି ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରି ଶୁଭମନ ଗିଲ୍‌ ଦ୍ୱିତୀୟକୁ ଉନ୍ନୀତ ହୋଇଛନ୍ତି । ଶ୍ରେଷ୍ଠ ୧୦ରେ ୪ଜଣ ଭାରତୀୟ  ସ୍ଥାନ ବଜାୟ ରଖିଛନ୍ତି । ଗିଲ୍‌ଙ୍କ ବ୍ୟତୀତ ରୋହିତ ଶର୍ମା ତୃତୀୟ  ସ୍ଥାନରେ ରହିଥିବାବେଳେ ବିରାଟ କୋହଲି ଷଷ୍ଠ ଓ ଶ୍ରେୟାସ  ଆୟର ଦଶମ ସ୍ଥାନରେ ରହିଛନ୍ତି । ଆସନ୍ତା ସପ୍ତାହରେ ଉଭୟ  କୋହଲି ଓ ଆୟରଙ୍କ ମାନ୍ୟତାରେ ଉନ୍ନତି ହେବା ନିଶ୍ଚିତ । 



ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।  ମାତ୍ର ଗିଲ ଓ ତାଙ୍କ ମଧ୍ୟରେ ମାତ୍ର ୫ ପଏଣ୍ଟର ବ୍ୟବଧାନରେ  ରହିଛି । ବାବର ୭୮୬ ଓ ଗିଲ୍‌ ୭୮୧ ପଏଣ୍ଟ ଅର୍ଜନ କରିଛନ୍ତି । ବୁଧବାର ଭାରତ -ଇଂଲଣ୍ଡ ମ୍ୟାଚ୍‌ର ଶତକକୁ ମାନ୍ୟତାରେ ସାମିଲ କରାଯାଇନାହିଁ । ଫଳରେ ଆସନ୍ତା ସପ୍ତାହରେ ବ୍ୟାଟିଂ ମାନ୍ୟତା ତାଲିକା ପ୍ରକାଶ  ପାଇବା ବେଳକୁ ଗିଲଙ୍କ ପଏଣ୍ଟରେ ଉନ୍ନତି ହୋଇଥିବ । 

ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ରସିଦ ଖାନ  ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଭାରତର ୨ଜଣ ବୋଲର  ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । କୁଲଦୀପ ପଞ୍ଚମ ଓ  ମହମ୍ମଦ ସିରାଜ ଦଶମ ସ୍ଥାନରେ ରହିଛନ୍ତି । କୁଲଦୀପଙ୍କ  ମାନ୍ୟତାରେ ୩ଟି ସ୍ଥାନ ଓ ସିରାଜଙ୍କ ମାନ୍ୟତାରେ ୪ଟି  ସ୍ଥାନ ଅବନତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର  ଜାଡେଜା ୧୧ ଓ ମହମ୍ମଦ ସାମି ୧୩ତମ ସ୍ଥାନରେ ରହିଛନ୍ତି ।

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ମିଳିଲା କୋହିନୁର , ଜାଣନ୍ତୁ କିଏ …


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.