ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ମିଳିଲା କୋହିନୁର , ଜାଣନ୍ତୁ କିଏ …

Published By : Gurupada Nath | February 12, 2025 11:05 PM

ନୂଆଦିଲ୍ଲୀ,୧୨/୨ : ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଠିକ୍ ପୂର୍ବରୁ ପାକିସ୍ତାନ ଏବେ ଟ୍ରାଇ ସିରିଜର ଆୟୋଜନ କରୁଛି । ଏହି ସିରିଜରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଖେଳୁଛି । ଏହି ସିରିଜରେ ଭାଗ ନେଇଥିବା ଦକ୍ଷିଣ ଆଫ୍ରିକା ଟିମ୍ ଲାଗି ବହୁତ ଭଲ ନିଷ୍ପତ୍ତି ସାବ୍ୟସ୍ତ ହୋଇଛି । କାରଣ ତାକୁ ଏକ ସଫଳ ଖେଳାଳୀ ମିଳିଯାଇଛି । ଏହି ଖେଳାଳୀ ଆଉ କେହି ନୁହେଁ ବରଂ ମ୍ୟାଥ୍ୟୁ ବ୍ରିତ୍ଜକ ଅଟନ୍ତି । ଯିଏ ବର୍ତ୍ତମାନର ଟ୍ରାଇ ସିରିଜରେ କମ୍ପନ ସୃଷ୍ଟି କରିଛନ୍ତି । ବ୍ରିତ୍ଜକଙ୍କ ଆଭରେଜ ଏବେ ୧୫୦ରୁ ବି ଅଧିକ ରହିଛି । ସେ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଭୂକମ୍ପ ସୃଷ୍ଟି କରିଛନ୍ତି ।

ମ୍ୟାଥ୍ୟୁ ବ୍ରିତ୍ଜକ ଏହି ଟ୍ରାଇ ସିରିଜରେ ନିଜ ଓ୍ବାନଡେ ଡେବ୍ୟୁ କରିଛନ୍ତି ।  ପ୍ରଥମ ମ୍ୟାଚରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ୧୫୦ରନ୍ କରିଥିଲେ। ସେ କ୍ରିକେଟ ଇତିହାସରେ ଏଭଳି ଜଣେ ପ୍ରଥମ ଏଭଳି ଖେଳାଳି ହେଲେ ଯିଏ ନିଜ ଓ୍ବାନଡେ ଡେବ୍ୟୁରେ ୧୫୦ରନର ସଂଖ୍ୟା ଛୁଇଁଥିଲେ । ପ୍ରଥମ ମ୍ୟାଚ୍ ପରେ ତାଙ୍କ ପ୍ରତିଶତ ୧୫୦ର ଥିଲା । ସେହିଭଳି ଟ୍ରାଇ ସିରିଜର ଦ୍ବିତୀୟ ତଥା ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୮୩ରନ୍ କରିଛନ୍ତି । ଦୁଇଟି ଓ୍ବାନଡେ ମ୍ୟାଚ୍ ପରେ ତାଙ୍କର ଆଭରେଜ ୧୧୬.୫୦କୁ ଆସିଯାଇଛି। ମ୍ୟାଥ୍ୟୁ ବ୍ରିତ୍ଜକଙ୍କ କେବଳ ଆଭରେଜ ଭଲ ନୁହେଁ ବରଂ ତାଙ୍କର ଓ୍ବାନଡେ ମ୍ୟାଚରେ ଏବେ ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଅଧିକ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.