ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଇଣ୍ଡିଆନ ଅଏଲ ଟର୍ମିନାଲ ପାଇପଲାଇନରୁ ଲିକ୍ ହେଲା ଶତାଧିକ ଲିଟର ତେଲ, ବସ୍ତିବାସିନ୍ଦାଙ୍କୁ ଡରାଉଛି ଅଗ୍ନିକାଣ୍ଡ ଭୟ

ପାରାଦ୍ୱୀପ,୦୬/୦୯: ଇଣ୍ଡିଆନ ଅଏଲ ଟର୍ମିନାଲ ପାଇପଲାଇନରୁ ଲିକ୍ ହେଲା ଶହ ଶହ ଲିଟର ତେଲ । ଜାହାଜରୁ ଇଣ୍ଡିଆନ ଅଏଲ ଟର୍ମିନାଲକୁ ପାଇପ ଯୋଗେ ଆସୁଥିଲା ଡିଜେଲ । ଅଗ୍ନିକାଣ୍ଡ ଡରରେ ବସିରହିଛନ୍ତି ସ୍ଥାନୀୟ ବସ୍ତିବାସିନ୍ଦା । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ପାରାଦ୍ୱୀପ ବାଉରିଆପାଳନ୍ଦାରେ ଏହି ଦୁର୍ଘଟଣା ଘଟିଛି ।  

ସୂଚନା ମୁତାବକ, ଜାହାଜରୁ ଇଣ୍ଡିଆନ ଅଏଲ ଟର୍ମିନାଲକୁ ପାଇପ ଯୋଗେ ଆସୁଥିଲା ଡିଜେଲ । ତେବେ ଗୁରୁବାର ବିଳମ୍ବିତ ରାତିରେ ଇଣ୍ଡିଆନ ଅଏଲ ଟର୍ମିନାଲ ପାଇପଲାଇନରୁ ଶହ ଶହ ଲିଟର ତେଲ ଲିକ୍‌ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ଟର୍ମିନାଲ କର୍ତ୍ତୃପକ୍ଷକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଟର୍ମିନାଲ କର୍ତ୍ତୃପକ୍ଷର ସଦସ୍ୟ ପହଞ୍ଚି ଲିକ୍‌ ହେଉଥିବା ସ୍ଥାନକୁ ମରାମତି କରି ତେଲକୁ ନିୟନ୍ତ୍ରଣ କରିଥିଲେ । ଘଟଣା ସ୍ଥଳରେ ତେଲ ବ୍ୟାରେଲ ସହିତ କିଛି ପାଇପ ପଡିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । 

କିଛି ଅସାଧୁ ବ୍ୟବୟାୟୀ ଉକ୍ତ ସ୍ଥାନରେ ବାରମ୍ବାର ଏହି ଭଳି ଭାବରେ ତେଲ ଲିକ୍‌ କରାଉଥିବା ନେଇ ସ୍ଥାନୀୟଲୋକେ ସନ୍ଦେହ କରୁଥିବା ଜଣାପଡ଼ିଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ସତ୍ତ୍ୱେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି । କେବଳ ଲିକ୍ ସ୍ଥାନକୁ ମରାମତି କରି ଚୁପ୍ ହୋଇ ରହିଯାଉଛନ୍ତି । ଏହି ଟର୍ମିନାଲ ନିକଟରେ ବସ୍ତି ରହିଥିବାରୁ ଅଗ୍ନିକାଣ୍ଡକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ବସ୍ତିବାସିନ୍ଦା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.