ପାରାଦ୍ଵୀପ,୨୬/୦୯: ନେହେରୁ ବଙ୍ଗଳା ମୁହାଣରେ ଫସିଲା ଦୁଇଟି ବୋଟ । ବୋଟ୍ର ନାମ ଧର୍ମଶାଖା-୨ ଏବଂ ଧର୍ମଶାଖା-୩ ହୋଇଥିବାବେଳେ ବୋଟ୍ରେ ରହିଛନ୍ତି ୧୪ ଜଣ ମତ୍ସ୍ୟଜୀବୀ । ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ ପୋଲିସର ଉଦ୍ୟମ ଜାରି ।
ସୂଚନା ମୁତାବକ, ସମୁଦ୍ର ଭିତରକୁ ମାଛ ଧରିବାକୁ ଧର୍ମଶାଖା-୨ ବୋଟ୍ ଯାଇଥିଲା । ମାଛଧରି ଫେରୁଥିବା ବେଳେ ବୋଟ୍ଟି ଖରାପ ହୋଇଥିଲା । ଖରାପ ବୋଟ୍କୁ ଧର୍ମଶାଖା-୩ ନାମକ ଆଉ ଏକ ବୋଟ୍ ଏକ ରଶି ସାହାଯ୍ୟରେ ଟାଣି ଆଣୁଥିବାବେଳେ ରଶି ଛିଡି ଫ୍ୟାନରେ ଲାଗି ଯାଇଥିଲା । ଫଳରେ ନେହେରୁ ବଙ୍ଗଳା ମୁହାଣରେ ଦୁଇଟି ବୋଟ୍ ଫସି ରହିଛି । ଏନେଇ ବୋଟ୍ରେ ଥିବା ଲୋକେ ମୋରାଇନ ପୋଲିସକୁ ଖବର ଦେଇଥିଲେ । ଖବରା ପାଇ ଉକ୍ତ ଦୁଇଟି ବୋଟ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ଉଦ୍ୟମ ଜାରି ରଖିଛନ୍ତି ।