ଜଗତସିଂହପୁର,୩୧/୧୦ : ଜଗତସିଂହପୁର ଜିଲ୍ଲା ରାହମା ନିକଟ ତାଳଦଣ୍ଡା କେନାଲ ଭିତରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସି ଭାସି ଯାଉଥିବାର ଦେଖିବାକୁ ମିଳିଛି । ପାଣି ସ୍ରୋତରେ ମୃତଦେହଟି ଭାସି ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ଏହା ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି ।
ମୃତଦେହଟି କାହାର ଏବଂ କେଉଁଠୁ ଭାସି ଭାସି ଆସିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ମୃତଦେହଟି ପଚି ଯାଇଥିବା ସହ ମୁହଁ ତଳକୁ ରହିଥିବାରୁ ଏହା କୌଣସି ମହିଳା କି ପୁରୁଷଙ୍କର ତାହା ଜଣାପଡୁନାହିଁ ।