ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା

ପାରାଦ୍ଵୀପ,୧୪/୦୯: ବ୍ଲକ ସଭାଗୃହରେ ନିର୍ବାଚିତ ପ୍ରତିନିଧି ଓ ବିଡିଓଙ୍କ ମଧ୍ୟରେ ଠେଲାପେଲା ହୋଇ ମୁଥ ମରା ମରି ହୋଇଥିବା ନେଇ ଥାନାରେ ଅଭିଯୋଗ । ଏହି ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଟି ଏତଲା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଭାଗୃହରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କୁଜଙ୍ଗ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ସରପଞ୍ଚ, ଅନ୍ୟ ସଭ୍ୟଙ୍କ ସହିତ ବିଜେଡି ଜିଲ୍ଲାପରିଷଦ ସଭ୍ୟମାନେ ବସି ବିଭିନ୍ନ ପଞ୍ଚାୟତର ସମସ୍ୟା ସମ୍ପର୍କରେ ବିଡିଓଙ୍କ ସହିତ ଆଲୋଚନା କରୁଥିଲେ । ତେବେ ଏହି ଆଲୋଚନା ଧୀରେଧୀରେ ଯୁକ୍ତି ତର୍କରେ ପରିଣତ ହୋଇଥିଲା । ଫଳରେ ବିଡ଼ିଓ ଦିପକ ସ୍ବାଇଁ ଏଥିରେ ଉତକ୍ଷିପ୍ତ ହୋଇ କିଛି ଅସାମାଜିକ ଯୁବକଙ୍କୁ ଡାକି ସେମାନଙ୍କ ଉପରେ ଆକ୍ରମଣ କରାଇଥିଲେ । ଏନେଇ କୁଜଙ୍ଗ ଥାନାରେ ଅଧ୍ୟକ୍ଷାଙ୍କ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସଭାରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । 

ସେହିପରି ବିଡ଼ିଓଙ୍କ ଅଭିଯୋଗ ମୁତାବକ, ବ୍ଲକ ଅଧ୍ୟକ୍ଷା ଫୋନ କରି ବିଡିଓଙ୍କୁ ବ୍ଲକ ସଭାଗୃହକୁ ଡାକିଥିଲେ। ସେଠାରେ ଅଧ୍ୟକ୍ଷାଙ୍କ ସ୍ବାମୀ, ତାଙ୍କ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଜୋର ଜବରଦସ୍ତ ସଭାଗୃହରେ ତାଲା ପକାଇ ଧମକ ଦେବା ସହିତ ବ୍ଲକର ସମସ୍ତ କାର୍ଯ୍ୟ ଆମକୁ ଦେବାକୁ ଧମକ ଦେଇଥିଲେ । ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ମୋତେ ମାଡ ମାରିଥିବା କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ବିଡିଓ ଦିପକ ସ୍ବାଇଁ।

ଅନ୍ୟପଟେ ଆଉ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଥାନାରେ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସମର୍ଥକମାନଙ୍କ ନାମରେ ଏତଲା ଦେଇଛନ୍ତି । ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସ୍ବାମୀଙ୍କ ନେତୃତ୍ବରେ ବିଡିଓଙ୍କୁ ଜବରଦସ୍ତି ସଭାଗୃହରେ ପୁରାଇ ମାଡ ମରାଯିବା ସହିତ ଫଲ୍ସ ବିଲ କରାଇବାକୁ ଧମକ ଓ ମାଡ ମାରିଥିବା ନେଇ ଆଉ କିଛି ସରପଞ୍ଚ ଓ ସମିତି ସଭ୍ୟ ମାନେ ଏତଲାରେ ଦେଇଛନ୍ତି। 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.