ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ଆପଣ ନକଲି ପନିର ଖାଉଛନ୍ତି କି? ଏହି ଦୁଇଟି ଉପାୟରେ ଜାଣନ୍ତୁ ଅସଲି ନକଲି ଭିତରେ ପାର୍ଥକ୍ୟ

Published By : Harapriya Sethi | February 28, 2025 9:13 AM

ଆଗକୁ ଆସୁଛି ହୋଲି । ଏହି ପର୍ବ ଓଡ଼ିଆ ଘରର ଲୋକଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ପ୍ରତ୍ୟେକଙ୍କ ଘରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ବିଶେଷ କରି ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କାରଣ ହିନ୍ଦୁ ଧର୍ମରେ ପର୍ବପର୍ବାଣିରେ ଆମିଷ ଖାଦ୍ୟକୁ ବର୍ଜନ କରାଯାଇଛି । ଏହି ନିରାମିଷ ଖାଦ୍ୟରେ ଲୋକେ ପନିର ଖାଇବାକୁ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି । କାରଣ ଶାକାହାରୀ ଲୋକଙ୍କ ପାଇଁ ଏହା ଏକ ମୁଖ୍ୟ ଖାଦ୍ୟ । ହେଲେ କ'ଣ ଆପଣ ଜାଣନ୍ତି କି, ବଜାରରେ ଏହାର ଡିମାଣ୍ଡ ଅଧିକ ହେବାରୁ କିଛି ଅସାଧୁ ଲୋକ ନିଜର ସ୍ୱାର୍ଥ ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଇବାରୁ ମଧ୍ୟ ପଛାଉ ନାହାନ୍ତି । ପନିରରେ ଅପମିଶ୍ରଣ କରି ଅଧିକ ମାତ୍ରାରେ ପନିର ତିଆରି କରିଥାନ୍ତି । ଯଦି ଆପଣ ବଜାରରୁ ପନିର କିଣି ଆଣି ଘରେ ଏହାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରଛନ୍ତି, ତେବେ ହୋଇ ଯାଆନ୍ତୁ ସାବଧାନ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା, ବଜାରରେ ମିଳୁଥିବା ଏହି ନକଲି ପନିରକୁ ଆପଣ କିପରି ଚିହ୍ନି ପାରିବେ । 

ଆପଣଙ୍କୁ କହିରଖୁଛୁ ଯେ, ଆଜିକାଲି ବଜାରରେ ନକଲି ପନିର ବହୁଳ ଭାବରେ ବିକ୍ରି ହେଉଛି । ଯାହା ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ। ତେଣୁ ଯଦି ଆପଣ ମଧ୍ୟ ବଜାରରୁ ପନିର କିଣିବାକୁ ଯାଉଛନ୍ତି, ତେବେ ଅସଲି ଏବଂ ନକଲି ପନିର ମଧ୍ୟରେ କିପରି ପାର୍ଥକ୍ୟ କରିବେ ତାହା ଜାଣନ୍ତୁ।

ପନିର ଅସଲି ନା ନକଲି ତାହା କିପରି ଜଣିବେ?

ପ୍ରଥମେ ପନିରକୁ ଏକ ପ୍ୟାନରେ ରଖନ୍ତୁ ଏବଂ ଏହାକୁ ଗରମ କରନ୍ତୁ । ଯଦି ପନିରଟି ଅସଲି, ତେବେ ଏହା ସୁନେଲି ରଙ୍ଗରେ ପରିଣତ ହେବ । ଅନ୍ୟପଟେ ଯଦି ପନିର ନକଲି ହୋଇଥାଏ, ତେବେ ଏହା ଧିରେ ଧିରେ ତରଳିବା ଆରମ୍ଭ କରିବ ଏବଂ ପରେ ଭାଙ୍ଗିଯିବ। କାରଣ ସେହି ପନିରରେ ପ୍ଲାଷ୍ଟିକ ଅପମିଶ୍ରଣ ହୋଇଛି ।

ପନିରକୁ ଚିହ୍ନିବା ପାଇଁ, ଆପଣ ହରଡ଼ ଡାଲିର ସାହାଯ୍ୟ ମଧ୍ୟ ନେଇପାରିବେ । ଏଥିପାଇଁ, ପନିରକୁ ଏକ ପାତ୍ରରେ ଗରମ କରନ୍ତୁ ଏବଂ ୧୦ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ପକାଇ ଛାଡି ଦିଅନ୍ତୁ । ୧୦ ମିନିଟ୍ ପରେ ଏଥିରେ ହରଡ଼ ଡାଲି ପକାନ୍ତୁ । ଯଦି ସେହି ପାଣିର ରଙ୍ଗ ଲାଲ ହୋଇଯାଏ ତେବେ ପନିରଟି ଅପମିଶ୍ରିତ ହୋଇଛି । ଯଦି ପାଣିର ରଙ୍ଗରେ ପରିବର୍ତ୍ତନ ନହୁଏ ତେବେ ଏହା ଶୁଦ୍ଧ ବୋଲି ଆପଣ ନିଶ୍ଚିତ ହୋଇଯାଆନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.