ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ତ୍ୱଚାର ଚମକ ବଢାଇବ କାଜୁ, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | February 27, 2025 2:57 PM

ସାଧାରଣତଃ କାଜୁ ମଧ୍ୟମ ଧରଣର ପାଣିପାଗ ଥିବା ସ୍ଥାନ ଗୁଡ଼ିକରେ ଚାଷ ହୋଇଥାଏ । ହେଲେ ଆଜି ଏହା ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ । ଏହି ଛୋଟିଆ କିଡନୀ ବିନ୍‌ ଆକୃତିର ଡ୍ରାଏ ଫ୍ରୁଟ୍‌ଟି ପୋଷକ ତତ୍ତ୍ୱର ଗନ୍ତାଘର ଭାବରେ ପରିଚିତ । ଏହାକୁ ମୁଖ୍ୟତଃ ଭାରତୀୟ ମିଠା ଏବଂ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏପରି କରିବା ଦ୍ୱାରା ସେହି ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ଏହାର ପେଷ୍ଟ ବହଳିଆ କ୍ରିମି ଗ୍ରେଭି ପ୍ରସ୍ତୁତ କରିବା ପାଇଁ ଏବଂ ଯେକୌଣସି ଖାଦ୍ୟକୁ ସଜାଇବା ବା ଗାର୍ନିସ୍‌ କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଏହି କାଜୁ କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏହି କାଜୁ କେବଳ ପାଟିକୁ ସୁଆଦିଆ ଲାଗିଥାଏ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ତେବେ କାଜୁର ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଉପକାରିତା ବିଷୟରେ ଆସନ୍ତୁ ଏହି ରିପୋର୍ଟରେ ଜାଣିବା ।   

ହୃଦ୍‌ରୋଗରୁ ରକ୍ଷା କରିଥାଏ କାଜୁ-

କାଜୁରେ ବହୁ ପରିମାଣର ହେଲ୍‌ଦି ଫ୍ୟାଟ୍‌ ରହିଥାଏ । ଯାହା ଏକ ଉତ୍ତମ ହୃତପିଣ୍ଡ ପାଇଁ ନିହାତି ଆବଶ୍ୟକ । ଏହି କାଜୁରେ କୋଲେଷ୍ଟ୍ରୋଲ୍‌ ନଥିବାରୁ ଏହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ । ଏହା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପ୍ରଦାନ କରି ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ । ଯାହା ଫଳରେ ହୃତପିଣ୍ଡ ଜନିତ ରୋଗ ବା କାର୍ଡିଓଭାସ୍କ୍ୟୁଲାର ଡିଜିଜ୍‌ରୁ ରକ୍ଷା ଦେଇଥାଏ । 

କର୍କଟ ରୋଗରୁ ଦେଇଥାଏ ମୁକ୍ତି-

ଏହି ଛୋଟିଆ କାଜୁ କର୍କଟ ରୋଗର ଆଶଙ୍କା ମଧ୍ୟ କମାଇଥାଏ । ତେଣୁ ପ୍ରତ୍ୟେକ ଦିନ କିଛି କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ଥିବା ପ୍ରୋଆନ୍ଥୋସ୍ୟାନିଡିନ୍ସ ହେଉଛି ଏକ ପ୍ରକାରର ଫ୍ଲାଭୋନୋଲ୍‌ । ଏହା ଟ୍ୟୁମର୍‌ କୋଷ ଗୁଡ଼ିକୁ ବୃଦ୍ଧି ହେବାରୁ ରୋକିଥାଏ। କାଜୁ ତମ୍ବା ଏବଂ ପ୍ରୋଆନ୍ଥୋସ୍ୟାନିଡିନ୍ସରେ ମଧ୍ୟ ପରିପୂର୍ଣ୍ଣ ଯାହା କର୍କଟ ରୋଗକୁ ରୋକିବାରେ ସହାୟକ ହୋଇଥାଏ । 

ଓଜନ ହ୍ରାସ ସହିତ ଜଡିତ-

କାଜୁରେ ଉତ୍ତମ ମାନର ଫ୍ୟାଟ୍‌ ରହିଛି । ତେଣୁ ଏହାକୁ ପ୍ରତ୍ୟେକ ଦିନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଏଥିରେ ଥିବା ଫ୍ୟାଟ୍‌ ଶରୀରରେ ଗୁଡ୍‌ କୋଲେଷ୍ଟ୍ରୋଲ୍‌କୁ ବଢାଇ ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ର ପରିମାଣକୁ କମାଇଥାଏ । ଏହା ଆପଣଙ୍କୁ ଶକ୍ତି ଯୋଗାଇବା ସହ ଦୀର୍ଘ ସମୟ ପାଇଁ ଆପଣଙ୍କ ପେଟକୁ ଫୁଲ୍‌ ରଖିଥାଏ । ଯାହା ଫଳର ଆପଣ ବାରମ୍ୱାର ସ୍ନାକିଂ କରିବାରୁ ରକ୍ଷା ପାଇପାରିବେ । ତେଣୁ ପ୍ରତ୍ୟେକ ଦିନ ୩ରୁ ୪ଟି କାଜୁ ଖାଇବା ଉଚିତ୍‌ । ଏପରି କରିବା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।

ତ୍ୱଚାର ଚମକ ପାଇଁ ଉପକାରୀ- 

କାଜୁ ତମ୍ବା ଏବଂ ଆଣ୍ଟିଅକ୍ସିଡେଣ୍ଟର ସମସ୍ତ ଉତ୍ତମ ଗୁଣରେ ପରିପୂର୍ଣ୍ଣ ହୋଇ ରହିଥିବାରୁ, ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ଏବଂ ଚମକଦାର କରିବାରେ ସାହାଯ୍ୟ କରିଥାଏ । ଆଣ୍ଟିଅକ୍ସିଡେଣ୍ଟ ବାର୍ଦ୍ଧକ୍ୟ ଲକ୍ଷଣକୁ ହ୍ରାସ କରିବା ପାଇଁ ଜଣାଶୁଣା । ଏବଂ ତମ୍ବା ଅନ୍ୟ ଏନଜାଇମ୍ ସହିତ ମିଶି କୋଲାଜେନ ଉତ୍ପାଦନ କରିଥାଏ । ଯାହା ତ୍ୱଚାର ନମନୀୟତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । 

ପେଟ ପାଇଁ ଭଲ-

ପ୍ରତିଦିନ କାଜୁ ଖାଇବା ଦ୍ୱାରା ଆପଣ ଅନେକ ପେଟ ରୋଗରୁ ରକ୍ଷା ପାଇପାରିବେ । କେବଳ ସେତିକି ନୁହେଁ, ଏହା ଆପଣଙ୍କ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ନିଜ ପେଟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୨ରୁ ୩ଟି କାଜୁ ଖାଆନ୍ତୁ ।

ଆଖି ପାଇଁ ସର୍ବୋତ୍ତମ-

ଆଖି ହେଉଛି ଶରୀରର ସୁକ୍ଷ୍ମ ଅଙ୍ଗ ମଧ୍ୟରୁ ଗୋଟିଏ । ତେଣୁ ଏହାର ଜତ୍ନ ମଧ୍ୟ ଅତି ସାବଧାନତାର ସହ ନେବାକୁ ପଡ଼ିଥାଏ । କାଜୁରେ ଅଧିକ ମାତ୍ରାରେ ଲ୍ୟୁଟିନ୍‌ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଯାହା ଆପଣଙ୍କ ଆଖିକୁ ସୁରକ୍ଷା ପ୍ରଦାନ କରି ନଷ୍ଟ ହେବାରୁ ରକ୍ଷା କରିଥାଏ । ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ମଧ୍ୟ ବଢାଇଥାଏ । 

ସ୍ନାୟୁ ସ୍ୱାସ୍ଥ୍ୟକୁ ବଜାୟ ରଖିଥାଏ -

ଶରୀରରେ ମ୍ୟାଗ୍ନେସିୟମ୍‌ର ଅଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହା କେବଳ ସ୍ନାୟୁ ଏବଂ ହାଡର କାର୍ଯକୁ ପ୍ରଭାବିତ କରିଥାଏ ତାହା ନୁହେଁ, ବରଂ ଏହା ରକ୍ତ ଚାପ ମଧ୍ୟ ବଢାଇଥାଏ । ତେଣୁ ପ୍ରତ୍ୟେକ ଦିନ କାଜୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ମ୍ୟାଗ୍ନେସିୟମ୍‌ର ନିୟନ୍‌ତ୍ରିତ ହୋଇ ରହିଥାଏ । ଏହା ଆପଣଙ୍କ ମାଇଗ୍ରେନ୍‌ ଏବଂ ଶରୀରର ଯନ୍ତ୍ରଣାରୁ ରକ୍ଷା ଦେଇଥାଏ । 

ଶରୀରରେ ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ-

କାଜୁରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଏବଂ ଭିଟାମିନ୍ ରହିଛି । ଏହାକୁ ଖାଇବା ଦ୍ଵାରା ଆପଣଙ୍କର ମେଟାବୋଲିଜିମ୍ ସୁଦୃଢ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ବିଭିନ୍ନ ପ୍ରକାରର ଏନଜାଇମ୍‌ ଥିବା ହେତୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.