ଫିରିଙ୍ଗିଆ,୧୩l୪: ରାଜ୍ୟ ଓ କେନ୍ଦ୍ର ସରକାର ଉପାନ୍ତ ଅଂଚଳ ମାନଙ୍କରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ସେହି ଯୋଜନା ମାନଙ୍କ ମଧ୍ୟ୍ୟରେ ଆବାସ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଯୋଜନା । ଏହି ଯୋଜନା ମାଧ୍ୟମରେ ଗରିବ ଅସହାୟ ଲୋକ ମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଥିବା ବେଳେ ଅନେକ ଜାଗାରେ ସରକାରଙ୍କ ଏହି ଆବାସ ଯୋଜନା ଫେଲ ମାରିଛି ।ଏବେବି ଏହିଯୋଜନା ରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି I ଏଭଳି ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ I
ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରାଗାଁ ପଂଚାୟତର ୮ନମ୍ବର ୱାର୍ଡ ଲଦା ପଦର ଗାଁର ରଞ୍ଜିତ ଦିଗାଲ (୪୪) I ଦୀର୍ଘ ପଚିଶ ବର୍ଷ ରୁ ଅଧିକ ସମୟ ଧରି ଗାଁ ରେ ଥିବା ଏକ ଛୋଟିଆ ଚାଳଛପର ଘରେ ତାଙ୍କର ଚାରି ଜଣ ପରିବାର ସଦସ୍ୟ ଙ୍କୁ ନେଇ ରହିଆସୁଛନ୍ତି I ରଞ୍ଜିତ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ଗୋଟେ ପଟେ ପରିବାର ପ୍ରତିପୋଷଣର ଚିନ୍ତା ଓ ଅନ୍ୟପଟେ ଅର୍ଥଅଭାବରୁ ଘରଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ I ଯାହା ପାଇଁ ସେ ବାରମ୍ବାର ଘରଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ପାଖରେ ମଧ୍ୟ୍ୟ ପହଞ୍ଚି ବହୁବାର ଲିଖିତ ଭ ଗୁହାରି କରିଆସୁଛନ୍ତି।
ଏକ ଝାଟିମାଟି ଘରେ ପରିବାର ର ଚାରି ଜଣ ସଦସ୍ୟ ଙ୍କୁ ନେଇ ବହୁକଷ୍ଟରେ ରହିଆସୁଛନ୍ତି ରଞ୍ଜିତ ଓ ତାଙ୍କ ପରିବାର । ଅସୁରପା ବର୍ଷା ଟିକିଏ ହେଲେ ବି ଛପର ରୁ ପାଣି ଗଳି ଆସି ଘର ଭିତରେ ଭର୍ତି ହେଇ ଯାଉଛି। ବର୍ଷା,ପବନ ଦିନ ମାନଙ୍କରେ ବହୁତ ଅସୁବିଧା ରେ ରହୁଛନ୍ତି। ୨୦୧୭ ପଞ୍ଚାୟତର ପଲ୍ଲୀ ସଭାରେ ରଞ୍ଜିତର ନାମ ଥିଲା କିନ୍ତୁ ଘର ପାଇବାରେ ତାଙ୍କ ନାମ କାଟି ଦିଆ ଯାଇଛି। ନାମ କାହିଁକି କଟା ଯାଇଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ।