ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ମହୁମାଛି ଆକ୍ରମଣରେ ୪୧ ଛାତ୍ରୀ ଆହତ

Published By : Prameya | April 15, 2025 8:00 PM

ଦାରିଙ୍ଗବାଡି,୧୫/୪(ଆପ୍ର): ସ୍କୁଲ ଛୁଟି ହେବା ପରେ ସେବାଶ୍ରମର ଛାତ୍ରୀମାନେ ଗାଧୋଉଥିଲେ । ହଠାତ ମହୁମାଛି ଦଳ ଦଳ ହୋଇ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ୪୧ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଦେଖିବାକୁ ମିଳିଛି  ଏଭଳି ଦୃଶ୍ୟ । ଛାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନା ଆଣି ଚିକିତ୍ସା କରାଯାଇଥିଲା। 

ସକାଳ ସାଢେ଼ ୧୦ ଟାରେ ବିଦ୍ୟାଳୟ ଛୁଟି ପରେ ଅନ୍ତେବାସୀ ଛାତ୍ରୀମାନେ ଗାଧୋଇବାକୁ ସେବାଶ୍ରମ ବାହାରକୁ ଯାଇଥିଲେ। କିଛି ଛାତ୍ରୀ ଗାଧୋଉଥିବା ବେଳେ ସେହି ସମୟରେ ସେବାଶ୍ରମ ପରିସର ମଧ୍ୟରେ ଥିବା ମହୁମାଛି ବସାକୁ ଏକ ଚଢ଼େଇ ଆସି ଧକ୍କା ହୋଇଥିଲା । ଫଳରେ ମହୁମାଛିମାନେ ବସାରୁ ବାହାରି ପାଖରେ ଥିବା ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀମାନେ ଏଣେ ତେଣେ ଦୌଡ଼ି ବିଦ୍ୟାଳୟ ଭିତରକୁ ପଶିଯାଇଥିଲେ। ମହୁମାଛି ଆକ୍ରମଣରେ  ଛାତ୍ରୀମାନଙ୍କ ହାତ, ଗୋଡ଼, ମୁହଁ ଆଦି ଫୁଲିଯାଇଥିଲା। ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକଙ୍କ ସମେତ ସରପଞ୍ଚ ପ୍ରସନ୍ନ ପ୍ରଧାନ ଦୁହେଁ ମିଶି  ଛାତ୍ରୀମାନଙ୍କୁ ଅଟୋରେ ଆଣି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଚିକିତ୍ସା କରାଯାଇଥିଲା    ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.