ଫିରିଙ୍ଗିଆ,୯।୪ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ ଗୁଟିଗୁଡ଼ା ବି ଏସ ଏନ ଏଲ ଟାୱାର ସ୍ଥାପନ କରିବାର ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ଫୋନ ଲାଗୁନଥିବାରୁ ଅଞ୍ଚଳ ବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l
ସୂଚନା ଅନୁସାରେ ଏହି କୁଟିଗୁଡ଼ା ଗାଁରେ ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ବି ଏସ ଏନ ଏଲ ଟାୱାର ନିର୍ମାଣ ଦାବୀ କରାଯିବା ପରେ ସରକାରଙ୍କ ତରଫରୁ ଗତ ୨ ବର୍ଷ ହେବ ଏକ ବି ଏସଏନ ଏଲ ଟାୱାର ନିର୍ମାଣ କରାଯାଇଛି l ନିର୍ମାଣର ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ଏହି ସେବା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି l ଏହି ଟାୱାର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ କୌଣସି ସେବା ପାଇ ପାରୁନାହାନ୍ତି ଅଞ୍ଚଳବାସୀ । ଯାହାକୁ ନେଇଁ ଅସନ୍ତୋଷ ଦେଖା ଦେଇଛି l
ଏହି କୁଟିଗୁଡ଼ା, ଟେଟେକାପଦର , ଗାଁ ଫିରିଙ୍ଗିଆ ବ୍ଲକର ମାତ୍ର ୮ ରୁ ୯ କିଲୋମିଟର ଦୂର ହୋଇଥିବା ବେଳେ ଉପାନ୍ତ ଅଞ୍ଚଳ ଭଳି ଅଞ୍ଚଳ ବାସୀ ଫୋନ କଲ ରୁ ବଞ୍ଚିତ ଥିବାରୁ ରୋଗୀକୁ ମେଡିକାଲ ନେବା ହେଉ କି ଅନ୍ୟାନ୍ୟ ଜରୁରୀ ପରିସ୍ଥିତି ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହି ଫୋନ କଲ ସୁବିଧା ପାଇଁ ବାରମ୍ବାର ବି ଏସ ଏନ ଏଲ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ସୁଫଳ ହେଉ ନଥିବା କହିଛନ୍ତି କୁଟିଗୁଡ଼ା ସମେତ ଆଖ ପାଖ ଅଞ୍ଚଳ ବାସୀ l ତୁରନ୍ତ ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ନ ହେଲେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯିବ ବୋଲି କୁଟିଗୁଡ଼ା ଗାଁର ଦେବେନ୍ଦ୍ର କହଁର, ପ୍ରଶାନ୍ତ କହଁର, ବୁଦ୍ଧଦେବ କହଁର, ବାଞ୍ଛାନିଧି କହଁର, ମନୋଜ କହଁର, ରଜନୀ କହଁର, ବିଜୟ ଚନ୍ଦ୍ର କହଁର, ଯୁଧିଷ୍ଠିର କହଁର, ଯୁଗେଶ୍ଵର କହଁର, ଚଞ୍ଚଳା କହଁର, ଡମ୍ବରୁଧର କହଁରଙ୍କ ସହ ଅଞ୍ଚଳବାସୀ କହିଛନ୍ତି l