ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଜର୍ମାନରେ ହାଇ ସ୍ପିଡ୍ ଟ୍ରେନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା; ୨୫ ଆହାତ, ୧ ମୃତ

Published By : Bijay Swain | February 12, 2025 11:13 PM

Image courtesy: amarujala

ନୂଆଦିଲ୍ଲୀ: ଜର୍ମାନୀର ହାମବର୍ଗ ସହର ଉପକଣ୍ଠରେ ଏକ ହାଇ ସ୍ପିଡ୍ ଟ୍ରେନ୍ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି। ମଙ୍ଗଳବାର ଦିନ ଏହି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ପୋଲିସ ପ୍ରକାଶ କହିଛି। ଟ୍ରକଟି ରେଳ ଲାଇନ ପାର ହେଉଥିଲା ବେଳେ ଏହି ଦର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ସମୟରେ ଏହି ଟ୍ରେନରେ ମୋଟ ୨୯୧ ଜଣ ଲୋକ ରହିଥିଲେ।

ସୂଚନା ମୁତାବକ, ମଙ୍ଗଳବାର ଏକ ଟ୍ରକ ଲେବଲ କ୍ରସିଂ ପାରି ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନଟି ତାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ସାମ୍ନାପଟ ଅଂଶ ଭାଙ୍ଗିଯିବା ସହ ପ୍ରଥମ ବଗିର ଝରକା କାଚ ଗୁଡିକ ଭାଙ୍ଗି ଯାଇଥିଲା।  ଦୁର୍ଘଟମାଗ୍ରସ୍ତ ହୋଇଥିବା ଟ୍ରକଟି ଭାଙ୍ଗି ଛିନଛତ୍ର ହୋଇଯାଇଥିବା ବେଳେ ଟ୍ରକ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଟ୍ରେନରୁ ବାହାର କରି ବସ୍ ଯୋଗେ ନିକଟସ୍ଥ ଷ୍ଟେସନକୁ ନିଆଯାଇଥିଲା। ତେବେ ଘଟଣାସ୍ଥଳରେ ଜଣେ ୫୫ ବର୍ଷିୟ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି।  

ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଟ୍ରକ ଡ୍ରାଇଭରଙ୍କ ଚିକିତ୍ସା ପୁରା ହେବା ପରେ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି।  ବୁଧବାର ସକାଳ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଟ୍ରାକରୁ ହଟାଇ ଦିଆଯାଇଥିଲା। ଏହା ପରେ ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.