ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୭ରେ ହେମା ମାଳିନୀ ଆସିବେ ଭୁବନେଶ୍ବର, ପିପିଲିରେ କରିବେ ରୋଡ଼ ସୋ

ଭୁବନେଶ୍ବର, ୧୫/୫ : ଆଗାମୀ ସାଧରଣ ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଚାଲିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯାଇଛି । ଆଗାମୀ ୨୦ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପୂର୍ବରୁ ଘମାଶାନ ପ୍ରଚାର ମୈଦାନରେ ହେଭିଓ୍ବେଟ । ୩ରାଜନୈତିକ ଦଳର ବଡ଼ ବଡ଼ ନେତା ପ୍ରଚାର ମୈଦାନରେ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦେଉଛନ୍ତି ପ୍ରଚାର । ଷ୍ଟାର କ୍ୟାମ୍ପେନରଙ୍କ ତୁହାକୁ ତୁହା ପ୍ରଚାର ଏବେ ରାଜନୈତକ ପାଣିପାଗକୁ ସରଗରମ କରିଛି।  ବିଜେଡି, ବିଜେପି, କଂଗ୍ରେସ ସବୁ ଦଳର ନେତା ଏବେ ପ୍ରଚାର କରୁଛନ୍ତି ।  

ଗତ ଦିନରେ ପ୍ରଧାନମନ୍ତ୍ରୀଙ୍କ ଦୁଇ ଥର ଓଡ଼ିଶା ଗସ୍ତ ଯୋଗୁଁ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି । ଆସନ୍ତା ୧୭ତାରିଖରେ ଏହି ପରିପ୍ରେକ୍ଷୀରେ ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିସନ ନଗରରେ ସଭା କରିବା ସହ ପିପିଲିରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୬ ଏବଂ ୧୭ରେ ୩ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପ୍ରଚାର କରିବେ । ୧୬ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବ୍ରଜରାଜନଗର, ବଣେଇ, ଅତାବିରା, ଜଟଣୀରେ ସଭା କରିବେ । ପୁଣି ସେହିଦିନ ଛାତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ । 

୧୭ତାରିଖରେ ହିମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସମାବେଶ କରିବେ । ସେହିପରି ବିଷ୍ଣୁ ଦେବ ସାଏ ସୁନ୍ଦରଗଡ଼, ରାଜାଙ୍ଗାଗପୁର, ବୀରମିତ୍ରପୁରରେ ପ୍ରଚାର କରିବେ । ୧୭ରେ ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିସନ ନଗରରେ ସଭା କରିବା ସହ ପିପିଲିରେ ରୋଡ଼ ସୋ କରିବେ । ସେହିପରି ୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଂଜନ ଲାଲ ଶର୍ମା ସାନଖେମୁଣ୍ଡି, ଦଶପଲ୍ଲା, ଜି ଉଦୟଗିରିରେ ପ୍ରଚାର କରିବେ । ନରସିଂହପୁର, ଆଠଗଡ଼ରେ ପ୍ରଚାର କରିବେ ଆଶ୍ବିନୀ ବୈଷ୍ଣବ । ପରଦିନ ବଣେଇ, ସୁନ୍ଦରଗଡଠାରେ ୨ଟି ସଭା କରିବେ । ୧୭ରେ ପୁଣି ରାଉରକେଲା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ ଯଦି ଦେଖିବା ଆସନ୍ତା ୨୦ତାରିଖରେ ମୋଦୀ ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.