ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରାଜ୍ୟ ବଜେଟ୍‌ରେ ସ୍ୱାସ୍ଥ୍ୟକୁ ବୁଷ୍ଟରଡୋଜ୍‌, ସ୍ୱାସ୍ଥ୍ୟସେବା ପାଇଁ ୨୧୨୦୦ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର,୨୬/୦୭: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହି ଦିଗରେ  ବଜେଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ମୋଟ ୨୧୨୦୦ କୋଟି ଟଙ୍କାର  ବ୍ୟୟବରାଦ କରାଯାଇଛି । ପୂର୍ବବର୍ଷ ବଜେଟ ଆକଳନ ତୁଳନାରେ ଏହା ୩୨% ଅଧିକ ଏବଂ ସମୁଦାୟ ରାଜ୍ୟ ବଜେଟ୍‌ର ୮% ।  

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ  ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜକ ମାଧ୍ୟମରେ ଯୋଗ୍ୟ ପରିବାରଙ୍କୁ ସରକାରୀ  ଏବଂ ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସ୍‌ଲେସ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆୟୁଷ୍ମାନ  ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କେନ୍ଦ୍ର ସରକାର ୬୦% ପାଣ୍ଠି ପ୍ରଦାନ କରିବେ, ଯାହାଫଳରେ ରାଜ୍ୟ ରାଜକୋଷ  ଉପରେ ବୋଝ କମିବ । ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଊଦ୍ଧ୍ୱର୍ ତାଲିକାଭୁକ୍ତ  ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ୟାସ୍‌ଲେସ୍‌ ଚିକିତ୍ସା  ସୁବିଧା ପାଇପାରିବେ । ଏହାଦ୍ୱାରା ବିଶେଷକରି ଓଡ଼ିଶା ବାହାରେ  ରହୁଥିବା ପ୍ରବାସୀ ଶ୍ରମିକମାନେ ଉପକୃତ ହେବେ । ଏହି ବଜେଟରେ  ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ପାଇଁ  ୫ଶହ କୋଟି ଟଙ୍କା ଏବଂ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’  ପାଇଁ ୩୦୫୬ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।  

ଲୋକଙ୍କୁ ସହଜରେ ମାଗଣା ଔଷଧ, ବ୍ୟାପକ ନିଦାନ ସେବା  ଏବଂ ବିଶେଷଜ୍ଞ ଓ ସୁପର ସ୍ପେସାଲିଟି ସେବା ତଥା ବ୍ୟାପକ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ମାନଦଣ୍ଡ ଅନୁଯାୟୀ,  ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ  ସୁଦୃଢ଼ କରିବାକୁ ପରିଯୋଜନା ରଖିଛନ୍ତି । ଏହି ଆୟୁଷ୍ମାନ ଆରୋଗ୍ୟ  ମନ୍ଦିରଗୁଡ଼ିକୁ ଇ-ସଞ୍ଜିବନୀ ନେଟ୍‌ୱର୍କ ମାଧ୍ୟମରେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ, ମେଡିକାଲ କଲେଜ୍‌ ଓ ହସ୍ପିଟାଲ ଏବଂ ଏମ୍ସ ସମେତ  ଅନ୍ୟ ସୁପର୍‌ ସ୍ପେସାଲିଟି ହସ୍ପିଟାଲ ବିଶେଷଜ୍ଞ ଓ ସୁପର୍‌ ସ୍ପେସାଲିଟି  ଡାକ୍ତରମାନଙ୍କ ସହିତ ସଂଯୁକ୍ତ କରାଯିବ । ସମସ୍ତଙ୍କୁ ମାଗଣାରେ ସାର୍ବଜନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ  ‘ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା’ର ଶୁଭାରମ୍ଭ କରାଯାଇଛି । ଏହି ଯୋଜନାରେ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  

ବର୍ତ୍ତମାନ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୭୭ଟି  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍‌ ଅଛି । ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକ୍‌କୁ  ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଅତିରିକ୍ତ ୧୫୫ଟି ଭ୍ରାମ୍ୟମାଣ  ୟୁନିଟ୍‌ ଆରମ୍ଭ କରାଯିବ । ୨୦୨୪-୨୫ ଆର୍ଥିକବର୍ଷରେ ସରକାରୀ ଓ  ବେସରକାରୀ ସହଭାଗିତାରେ ୫୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍‌  କାର୍ଯ୍ୟକ୍ଷମ କରିବା ପାଇଁ ୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ  ସ୍ୱାସ୍ଥ୍ୟ ସେବା ମିଶନ୍‌’ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି । ଏଥିରେ ଏସ୍‌ସିବି ମେଡିକାଲ କଲେଜ୍‌ର ପୁନଃବିକାଶ  କାର୍ଯ୍ୟକ୍ରମ ପାଇଁ ୧୦୦୦ କୋଟି ଓ ଔଷଧ ସଂରକ୍ଷଣ ପାଇଁ  ଓଏସ୍‌ଏମ୍‌ସିଏଲ୍‌ର ନୂତନ ଗୋଦାମଗୃହ ନିର୍ମାଣ ପାଇଁ ୩୦ କୋଟି  ଟଙ୍କାର ବ୍ୟବସ୍ଥା ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ପାଇଁ ‘ଆମ ହସ୍ପିଟାଲ’ ଅଧୀନରେ  ୧୩୧୪ କୋଟି ଟଙ୍କାର ବରାଦ କରାଯାଇଛି । ନିର୍ମଳା ଯୋଜନା  ଅଧୀନରେ ଜନସ୍ୱାସ୍ଥ୍ୟକେନ୍ଦ୍ରରେ ପରିମଳ ବ୍ୟବସ୍ଥା, ନିରାପତ୍ତା, ଲଣ୍ଡ୍ରି  ଓ ରକ୍ଷଣାବେକ୍ଷଣ ପାଇଁ ସେବା ଆଉଟ୍‌ସୋସିଂ ବାବଦ ୮୮୪ କୋଟି  ଟଙ୍କା ଏବଂ ଡାଏଟ୍‌ ବାବଦ ୮୪ କୋଟି ଟଙ୍କା ରହିଛି ।  

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୯୫ କୋଟି ଟଙ୍କା ଏବଂ  ପିଏମ୍‌-ଅଭିମ ଯୋଜନାରେ ୩୩୮ କୋଟି ଟଙ୍କାର ବ୍ୟୟବରାଦ  ପ୍ରସ୍ତାବ ରହିଛି । ଏହାବ୍ୟତୀତ ଜାତୀୟ ଆୟୂଷ ମିଶନ ପାଇଁ ୨୦  କୋଟି ଟଙ୍କାର ବରାଦ କରାଯାଇଛି।

କାର୍ଯ୍ୟକ୍ଷମ ହେବ ୩ ମେଡିକାଲ  

କଲେଜ୍‌ ଓ ହସ୍ପିଟାଲ ୨୦୨୪-୨୫ରେ ଯାଜପୁରରେ ଯଯାତିକେଶରୀ  ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ  କରିବାକୁ ଯୋଜନା ରହିଛି । ୨୦୨୫-୨୬  ସୁଦ୍ଧା ଫୁଲବାଣୀ ସରକାରୀ ମେଡିକାଲ  କଲେଜ୍‌ ଓ ହସ୍ପିଟାଲ ଏବଂ ୨୦୨୬- ୨୭ ସୁଦ୍ଧା ତାଳଚେର ପବିତ୍ର ମୋହନ  ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ  କାର୍ଯ୍ୟକ୍ଷମ କରାଇବାର ଯୋଜନା ରହିଛି । 

୫ ବର୍ଷରେ ୧୧ କ୍ୟାନ୍‌ସର ସେବା 

କେନ୍ଦ୍ର ଜନସାଧାରଣଙ୍କୁ କେମୋଥେରାପି, ଅନ୍‌କୋସର୍ଜରୀ, ରେଡିଓ ଥେରାପି ଏବଂ ପାଲିଏଟିଭ୍‌  କେୟାର କ୍ଷେତ୍ରରେ ସେବା ଯୋଗାଇ ଦେବା  ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧୦୪୬  କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୧୧ଟି କର୍କଟ  ରୋଗ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଚଳିତବର୍ଷ ବଜେଟ୍‌ରେ ଏଥିପାଇଁ ୨୧୧  କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  

ନାଇଜରରେ ସାଇକ୍ଲୋଟ୍ରୋନ  ୟୁନିଟ୍‌ ପାଇଁ ଅବଶିଷ୍ଟ ୭୫ କୋଟି

ରାଜ୍ୟ ସରକାର ୧୫୦ କୋଟି ଟଙ୍କା  ବ୍ୟୟ ଅଟକଳରେ ନାଇଜରରେ ଟାଟା  ମେମୋରିଆଲ ସେଣ୍ଟର, ମୁମ୍ବାଇ  ସହଭାଗିତାରେ ଏକ ସାଇକ୍ଲୋଟ୍ରୋନ୍‌ ୟୁନିଟ୍‌  ପ୍ରତିଷ୍ଠା କରିବେ । ଏଥିପାଇଁ ୨୦୨୩-୨୪  ଆର୍ଥିକବର୍ଷରେ ପ୍ରଥମ କିସ୍ତି ଭାବେ ୭୫  କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ  ଚଳିତ ଆର୍ଥିକବର୍ଷ ଅବଶିଷ୍ଟ ୭୫  କୋଟି ଟଙ୍କା ପ୍ରଦାନ କରାଯିବ ।

 ଏ ବର୍ଷ ୩ ହଜାର ଡାକ୍ତର,  ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି

ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବକୁ ଦୂର  କରିବା, ରାଜ୍ୟରେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ଯୋଗ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ  ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଡାକ୍ତର ଓ  ଆନୁଷଙ୍ଗିକ ସ୍ୱାସ୍ଥ୍ୟକର୍ମୀମାନଙ୍କ ବ୍ୟାପକ  ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ । ଏହି  କ୍ରମରେ ୨୦୨୪-୨୫ରେ ୩ ହଜାର ଡାକ୍ତର  ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ ।

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.