ଭୁବନେଶ୍ବର,୨୬/୭ : ପଶ୍ଚିମବଙ୍ଗକୁ ଫେରିଯାଉଛି ଆଳୁ ଟ୍ରକ୍ । ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନାହାନ୍ତି ପଶ୍ଚିମବଙ୍ଗ ସରକାର । ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ ଗେଟ୍ ପୂର୍ବରୁ ଓଡ଼ିଶା ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଆଜି ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଛି । ଦୀର୍ଘ ସମୟ ଧରି ଅଟକି ରହିବା ପରେ ପଶ୍ଚିମବଙ୍ଗ ପୋଲିସର ନାଲି ଆଖି ଦେଖି ଗାଡ଼ି ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି ଡ୍ରାଇଭରମାନେ । କୁହାଯାଉଛି ଯେହେତୁ ପଶ୍ଚିମବଙ୍ଗରେ ଆଳୁ ଅଭାବ ରହିଛି ତେଣୁ ବାହାର ରାଜ୍ୟକୁ ଆଳୁ ନପଠାଇବାକୁ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଗତକାଲି ରାତିରୁ ଲକ୍ଷ୍ମଣନାଥ ଚେକ୍ ଗେଟ୍ ପୂର୍ବରୁ ପଶ୍ଚିମବଙ୍ଗ ପଟେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଥିଲା । ଓଡ଼ିଶାରେ ପ୍ରବେଶ ପୂର୍ବରୁ ସେମାନଙ୍କୁ ଅଟକାଇଦେଇଥିଲା ପଶ୍ଚିମବଙ୍ଗ ପ୍ରଶାସନ । ପରେ ପୋଲିସ ପଠାଇ ଗାଡ଼ି ଗୁଡ଼ିକୁ ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଛି । କୁହାଯାଉଛି ଯେହେତୁ ପଶ୍ଚିମବଙ୍ଗରେ ଆଳୁ ଅଭାବ ରହିଛି ତେଣୁ ବାହାର ରାଜ୍ୟକୁ ଆଳୁ ନପଠାଇବାକୁ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିରେ ୪ ଦିନ ହେଲାଣି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁନି ଆଳୁ ଗାଡ଼ି । ଫଳରେ ବାଲେଶ୍ବର ଠାରୁ ଆରମ୍ଭ କରି ଓଡ଼ିଶାର ସବୁ ଜାଗାରେ ଏବେ ଆଳୁ ଅଭାବ ଦେଖା ଦେଇଛି ।